ସରିଲା ଜି-20 ସମ୍ମିଳନୀ: ନୂଆଦିଲ୍ଲୀରେ ଫସି ରହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡେଉ
Justin Trudeau In India: ଜି -20 ଶିଖର ସମ୍ମିଳନୀରେ ଯୋଗଦେବାକୁ ଆସିଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡେଉ ନିଜ ଦେଶକୁ ଫେରିପାରି ନାହାଁନ୍ତି । ରବିବାର ଦିନ ସେ ଭାରତ ଛାଡିବାର ଥିଲା, କିନ୍ତୁ ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ତାଙ୍କୁ ଦିଲ୍ଲୀରେ ରହିବାକୁ ପଡିଲା।
ପ୍ରଧାନମନ୍ତ୍ରୀ ଟ୍ରୁଡେଇଙ୍କୁ ଭାରତ ନେବାକୁ କାନାଡାରୁ ଆଉ ଏକ ବିମାନ ଆସୁଥିବା ନେଇ ସୂଚନା ରହିଛି । ବିମାନ ଭାରତରେ ପହଞ୍ଚିବା ପରେ ଟ୍ରୁଡଉ ତାଙ୍କ ପ୍ରତିନିଧୀଙ୍କ ସହ ମଙ୍ଗଳବାର ଅପରାହ୍ନରେ କାନାଡା ଫେରିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ଭାରତରୁ ପିଏମ ଟ୍ରୁଡେଉଙ୍କୁ ନେବାକୁ କାନାଡା ସଶସ୍ତ୍ର ବାହିନୀ ଏକ ବିମାନ ପଠାଇଛି । ପ୍ରେସ ସଚିବ ମହମ୍ମଦ ହୁସେନ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ସମୟରେ ପରିବର୍ତ୍ତନ କରାଯାଇ ପାରେ । ଅନଟାରିଓରୁ ଏକ CC-150 ପୋଲାରିସ୍ ବିମାନ ରବିବାର ଅପରାହ୍ନରେ CFB ଟ୍ରେଣ୍ଟନ୍ ବେସରୁ ଉଡାଣ ଭରିଛି । ଏହା ସହିତ CC-144 ଚ୍ୟାଲେଞ୍ଜର୍ ବିମାନ ମଧ୍ୟ ରହିଛି । ଉଭୟ ବିମାନ ବର୍ତ୍ତମାନ ଲଣ୍ଡନରେ ଅଛି ।
ସରକାରୀ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଟ୍ରୁଡେଉଙ୍କ ବିମାନରେ ଥିବା ଯାନ୍ତ୍ରୀକତ୍ରୁଟି ଠିକ୍ କରିବା ପାଇଁ କାନାଡାର ଜଣେ ଟେକ୍ନିସିଆନ ମଧ୍ୟ ଭାରତ ଆସୁଛନ୍ତି। ଯଦି ଟେକ୍ନିସିଆନ ବିମାନରେ ଥିବା ସମସ୍ୟାର ସମାଧାନ କରି ନ ପାରନ୍ତି , ତେବେ କାନାଡାର ଏକ ପ୍ରତିନିଧୀ ଦଳ ଲଣ୍ଡନରୁ ବିମାନରେ ବସି କାନାଡା ଯିବେ।
ସୂଚନାଥାଉ ଯେ, ପ୍ରାୟ 1990 ଦଶକରୁ CC-150 ପୋଲାରିସ୍ ବିମାନ ବ୍ୟବହାର କରାଯାଉଛି । ଏହି ବିମାନ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଜେନେରାଲ ଏବଂ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀଙ୍କ ଯାତ୍ରା ପାଇଁ ବ୍ୟବହୃତ କରାଯାଏ । ଏହି ବିମାନରେ କୌଣସି ୱାଇ-ଫାଇ ସୁବିଧା ନାହିଁ । ବିମାନର ପୂରା ଫ୍ଲୋର ପାୱାର୍ କର୍ଡ ଲଗାଯାଇଛି, ଯାହା ମାଧ୍ୟମରେ ଲୋକମାନେ ମୋବାଇଲ୍ କିମ୍ବା ଲାପଟପ୍ ଚାର୍ଜ କରିପାରିବେ ।
ବିମାନର ଆଗ ଭାଗରେ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳ ଜେନେରାଲଙ୍କ ପାଇଁ ନିର୍ମିତ ହୋଇଛି ଏକ ଛୋଟ କ୍ୟାବିନେଟ୍ । ଏହି ବିମାନର ସିଟ୍ ମଧ୍ୟ ସାଧାରଣ ବିନାର ପରି । ପ୍ରଧାନମନ୍ତ୍ରୀଙ୍କ ବିମାନରେ ଇନ୍ଧନ ବ୍ୟବହାର ମଧ୍ୟ ବହୁ ଅଧିକ ହୋଇଥାଏ । ଜଷ୍ଟିନ୍ ଟ୍ରୁଡେଉ ବର୍ତ୍ତମାନ ନିଜ ପରିବାର ଏବଂ ପ୍ରତିନିଧୀ ଦଳଙ୍କ ସହ ହୋଟେଲରେ ରହିଛନ୍ତି ।












Click it and Unblock the Notifications