Get Updates
Get notified of breaking news, exclusive insights, and must-see stories!

କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ପୂର୍ବରୁ ୨୬/୧୧ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣାର ନାଗରିକତା ରଦ୍ଦ ପ୍ରକ୍ରିୟା ଆରମ୍ଭ

କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ଭାରତ ଗସ୍ତ ପୂର୍ବରୁ, ତାଙ୍କ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କାନାଡା ଗଣମାଧ୍ୟମ ରିପୋର୍ଟ ଅନୁସାରେ, କାନାଡା ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହୱୁର ହୁସେନ ରାଣାଙ୍କ ନାଗରିକତା ରଦ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛି। ୬୫ ବର୍ଷୀୟ ରାଣା ବର୍ତ୍ତମାନ ଭାରତୀୟ ଜେଲ୍‌ରେ ଅଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣ ନେଇ ତାଙ୍କ ବିରୋଧରେ ବିଚାର ଜାରି ରହିଛି। ଏହି ଆକ୍ରମଣରେ ୧୬୬ ଜଣଙ୍କ ଜୀବନ ଯାଇଥିଲା। ୨୩୮ ରୁ ଅଧିକ ଲୋକ ଆହତ ହୋଇଥିଲେ। ରାଣାଙ୍କୁ ଏପ୍ରିଲ ୨୦୨୫ରେ ଆମେରିକାରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା।

କାନାଡା ସରକାରଙ୍କ ଅନୁଯାୟୀ, ରାଣାଙ୍କ ନାଗରିକତା କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ନୁହେଁ, ବରଂ ନାଗରିକତା ଆବେଦନ ସମୟରେ ମିଥ୍ୟା ସୂଚନା ପ୍ରଦାନ କରିଥିବାରୁ ରଦ୍ଦ କରାଯାଉଛି। ୩୧ ମେ ୨୦୨୪ ରେ, ଇମିଗ୍ରେସନ, ରିଫ୍ୟୁଜିଜ୍ ଆଣ୍ଡ ସିଟିଜେନସିପ୍ କାନାଡା (ଆଇଆର୍‌ସିସି) ଆନୁଷ୍ଠାନିକ ଭାବରେ ରାଣାଙ୍କୁ ସୂଚିତ କରିଥିଲା ​​ଯେ, ସେ ନାଗରିକତା ପାଇବା ପାଇଁ ତାଙ୍କ କାନାଡିୟ ବାସସ୍ଥାନ ତଥା କାହିଁକି ଅନୁପସ୍ଥିତି ରହିଛନ୍ତି ସେ ବିଷୟରେ ମିଥ୍ୟା ସୂଚନା ପ୍ରଦାନ କରିଛନ୍ତି।

Tahawr

୧୯୯୭ଠାରୁ କାନାଡାରେ ରହିଥିବା ରାଣା ୨୦୦୦ ମସିହାରେ ନାଗରିକତା ପାଇଁ ଆବେଦନ କରିଥିଲେ। ଓଟାୱା ଓ ଟୋରଣ୍ଟୋରେ ରହି ଆବଶ୍ୟକ ଚାରି ବର୍ଷ ସମୟ ପୂରଣ କରିଥିବା ଦାବି କରିଥିଲେ। ସେ କେବଳ ଛଅ ଦିନ ଅନୁପସ୍ଥିତି ବିଷୟରେ ରିପୋର୍ଟ କରିଥିଲେ। କିନ୍ତୁ ରୟାଲ୍ କାନାଡିଆନ୍ ମାଉଣ୍ଟେଡ୍ ପୋଲିସ (ଆର୍‌ସିଏମ୍‌ପି) ତଦନ୍ତରୁ ଜଣାପଡିତିଲା ଯେ, ସେ ଏହି ସମୟର ଅଧିକାଂଶ ସମୟ ଆମେରିକାର ଚିକାଗୋରେ ବିତାଇଥିଲେ। ସେଠାରେ ତାଙ୍କର ଅନେକ ସମ୍ପତ୍ତି ଓ ବ୍ୟବସାୟ ଥିଲା। ସେଥି ମଧ୍ୟରେ ଏକ ଇମିଗ୍ରେସନ୍ ପରାମର୍ଶଦାତା ଓ ଏକ ଦୋକାନ ମଧ୍ୟ ରହିଥିଲା। ୨୦୦୧ରେ ତାଙ୍କୁ କାନାଡାର ନାଗରିକତା ମିଳିଥିଲା।

ରାଣାଙ୍କ ନାଗରିକତା ପ୍ରତ୍ୟାହାର ସମ୍ପର୍କିତ ମାମଲା ବର୍ତ୍ତମାନ ଫେଡେରାଲ୍ କୋର୍ଟରେ ଅଛି। ଜଣେ ଇମିଗ୍ରେସନ୍ ବିଭାଗର ମୁଖପାତ୍ର କହିଛନ୍ତି ଯେ, କାନାଡା ସରକାରଙ୍କ ସଚ୍ଚୋଟତା ବଜାୟ ରଖିବା ପାଇଁ ମିଥ୍ୟା ସୂଚନା ପ୍ରଦାନ କରିଥିବାରୁ ନାଗରିକତା ପ୍ରତ୍ୟାହାର ଏକ ଆବଶ୍ୟକ ପଦକ୍ଷେପ। ପାକିସ୍ତାନରେ ଜନ୍ମିତ ତହୱୁର ହୁସେନ ରାଣା ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ। ତାଙ୍କର ଡେଭିଡ୍ କୋଲମ୍ୟାନ୍ ହେଡଲି, ଲସ୍କର-ଏ-ତୈବା ଓ ହରକତ-ଉଲ-ଜିହାଦି ଇସଲାମି ଭଳି ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ଆମେରିକାରେ ଗିରଫ ହେବା ପରେ, ଭାରତ ରାଣାଙ୍କୁ ପ୍ରତ୍ୟର୍ପଣ କରିବାକୁ ଚେଷ୍ଟା କରିଥିଲା। ରାଣା ଆମେରିକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ, କିନ୍ତୁ ସମସ୍ତ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+