ଚର୍ଚ୍ଚାରେ ପଡ଼ିବ ପୂର୍ଣ୍ଣଚ୍ଛେଦ , ଏହି ଦିନ ଦିଲ୍ଲୀକୁ ମିଳିପାରେ ନୂଆ ମୁଖ୍ୟମନ୍ତ୍ରୀ ?
ଆସନ୍ତା ୧୯ ତାରିଖରେ ଦିଲ୍ଲୀରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ। ୧୭ ଓ ୧୮ ତାରିଖରେ ବସିପାରେ ବିଜେପିର ବିଧାୟକ ଦଳ ବୈଠକ। ଦିଲ୍ଲୀ ନିର୍ବାଚନରେ ବିଜେପି ବାଜି ମାରିବା ପରେ କିଏ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ତାହା ଉପରେ ସାରା ଦେଶର ନଜର। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପାଇଁ ମଧ୍ୟ ନୂଆ ଚେହେରା ବାଛିପାରେ ଦଳ ।

ଏନେଇ ବିଧାୟକ ଦଳ ବୈଠକରେ ହୋଇପାରେ ସ୍ପଷ୍ଟ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚେହେରା ନେଇ ଅନେକ ଆକଳନ ଚାଲିଥିବା ବେଳେ ଖୁବ୍ ଶୀଘ୍ର ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାକୁ ଫେରିଆସିଥିବା ବେଳେ ଖୁବ ଶୀଘ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ପଷ୍ଟ ହୋଇଯିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ସବୁଠୁ ଆଗରେ ପରଭେଶ ବର୍ମା ଥିବା ବେଳେ ଆହୁରୀ ଅନେକ ନେତାଙ୍କ ନାଁ ସାମ୍ନାକୁ ଆସୁଛି । ତେବେ ବିଜେପି ପୁଣି ସରପ୍ରାଇଜ ଚେହେରା ସାମ୍ନାକୁ ଆଣିପାରେ ବୋଲି କୁହାଯାଉଛି। ରେଖା ଗୁପ୍ତା, ଆଶିଷ ସୁଦ, ଜିତେନ୍ଦ୍ର ମହାଜନ, ରାଜକୁମାର ଭାଟିଆ, ପବନ ଶର୍ମା, ସତୀଶ ଉପାଧ୍ୟାୟଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସରେ ଥିବା ବେଳେ ବିଜେନ୍ଦ୍ର ଗୁପ୍ତା ଓ ମୋହନ ସିଂ ବିଷ୍ଟଙ୍କ ମଧ୍ୟରୁ ଜଣେ ବାଚସ୍ପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।












Click it and Unblock the Notifications