ବାୟୂ ପ୍ରଦୂଷଣ ବୃଦ୍ଧି ପାଇଲେ ହୋଇ ପାରେ ହୃଦଘାତ !
Delhi Pollution: ଗତ ଦୁଇ ଦିନ ମଧ୍ୟରେ ଦିଲ୍ଲୀର ପ୍ରଦୂଷଣ ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଛି । 18 ନଭେମ୍ବରରେ ସକାଳେ AQI 494 ଥିଲା, ଯାହା 19 ନଭେମ୍ବରରେ 500 ଅତିକ୍ରମ କରିଛି । ଯେଉଁମାନେ ଏହି ବାୟୁକୁ ନିଶ୍ୱାସ ନେଉଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ବିପଦ ରହିଛି । ବାୟୁ ପ୍ରଦୂଷଣର ସବୁଠାରୁ ବଡ କାରଣ ହେଉଛି Particulate Matter (PM) 2.5 ଏବଂ PM 10 ।
ଏହା ଆମ ଶରୀର ପାଇଁ ସବୁଠାରୁ ଅଧିକ କ୍ଷତିକାରକ । ଏହି କଣିକାଗୁଡ଼ିକ ଏତେ ଛୋଟ ଯେ ଏହା ଶରୀରରେ ଉପସ୍ଥିତ ଥିବା ଆଲେଭୋଲାର୍ ପ୍ରତିବନ୍ଧକକୁ ଅତିକ୍ରମ କରି ଫୁସଫୁସରେ ପହଞ୍ଚିଥାଏ । ପରେ ଏହା ରକ୍ତ ପ୍ରବାହରେ ପ୍ରବେଶ କରି ସମଗ୍ର ଶରୀରକୁ କ୍ଷତି ପହଞ୍ଚାଇ ଥାଏ । ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ପ୍ରଦୂଷିତ ବାୟୁ ହୃଦୟ, କିଡନୀ ଏବଂ ଫୁସଫୁସକୁ କିପରି ପ୍ରଭାବିତ କରିଥାଏ ।

ପ୍ରଦୂଷିତ ବାୟୁରେ ଥିବା ବିଷାକ୍ତ ଗ୍ୟାସ୍ ଏବଂ କଣିକା ହୃଦୟ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଥାଏ । ହୃଦୟରେ ପହଞ୍ଚିବା ପରେ, ଏହି କଣିକାଗୁଡ଼ିକ ଧମନୀକୁ ସଂକୀର୍ଣ୍ଣ କରନ୍ତି, ଯେଉଁ କାରଣରୁ ରକ୍ତ ସଞ୍ଚାଳନ କମିଯାଏ । ଏହି କାରଣରୁ,ଯେଉଁଥି ପାଇଁ ହାର୍ଟକୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ ଯାହା ହୃଦଘାତର ଆଶଙ୍କାକୁ ବୃଦ୍ଧି କରିଥାଏ ।
ପ୍ରଦୂଷିତ ବାୟୁରେ ଥିବା ଛୋଟ କଣିକା କିଡନୀକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ଏହା କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ । ଯେଉଁଥି ପାଇଁ ଶରୀରରେ ବିଷାକ୍ତ ଉପାଦାନ ଜମା ହେବା ସହ କିଡନୀ ରୋଗର କାରଣ ସାଜିଥାଏ ।












Click it and Unblock the Notifications