ଜାଣନ୍ତୁ ଦେଶର ସାଧାରଣ ନାଗରିକ ଲଢି ପାରିବ କି ଲୋକସଭା ନିର୍ବାଚନ ?
Lok Sabha Elections 2024: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରଠୁ ସମସ୍ତ ରାଜନୈତୀକ ଦଳ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି । ୧୬ ମାର୍ଚ୍ଚ ୨୦୨୪ରେ ଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ ପ୍ରେସମିଟରେ ଭାରତୀୟ ନିର୍ବାଚନ କମିଶନ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଥିଲେ । ଯାହା ପରେ ସମସ୍ତ ରାଜନୈତୀକ ଦଳ ମଧ୍ୟ ଅଧିକାଂଶ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଲାଣି ।
୨୫ ମାର୍ଚ୍ଚରେ ବିଜେପି ପଞ୍ଚମ ତାଲିକା ପ୍ରକାଶ ପାଇଥିଲା । ହିମାଚଳ ପ୍ରଦେଶ ମାଣ୍ଡି ଆସନରୁ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଟିକେଟ୍ ମିଳିଛି । ବର୍ତ୍ତମାନା ପ୍ରଶ୍ନ ଉଙ୍କି ମାରୁଛି କି ଅଭିନେତା ଏବଂ ନେତାଙ୍କ ବ୍ୟତୀତ ଦେଶର ସାଧାରଣ ନାଗରିକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ କି? ତେବେ ଚାଲନ୍ତୁ ଜଣେ ସାଧାରଣ ବ୍ୟକ୍ତି କିପରି ରାଜନିତୀରେ ପାଦ ସେବା ସହ କିପରି ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ।

ନିର୍ବାଚନ ଆୟୋଗର ନିୟମ ଅନୁଯାୟୀ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଜଣେ ବ୍ୟକ୍ତି ଭାରତର ନାଗରିକ ହେବା ଉଚିତ୍ । ଏହା ବ୍ୟତୀତ ସେହି ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ଥିବା ଉଚିତ୍ । ତେବେ ଆପଣ ଯେଉଁ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି, ସେଠାକାର ଭୋଟର ହେବା ଆବଶ୍ୟକତା ନାହିଁ । ଆପଣ ଦେଶର ଯେକୌଣସି ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ।
ଭାରତୀୟ ସମ୍ବିଧାନର ଧାରା 84 (ବି) ଅନୁଯାୟୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରାର୍ଥୀଙ୍କ ବୟସ 25 ବର୍ଷ ହେବା ଉଚିତ। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେଲେ ଆପଣଙ୍କୁ ରିଟର୍ଣ୍ଣିଂ ଅଫିସରଙ୍କ ନିକଟକୁ ଯାଇ ନାମାଙ୍କନ ଫର୍ମ ପୂରଣ କରି ଏହାକୁ ଦାଖଲ କରିବାକୁ ପଡିବ । ଏହାସହ ବ୍ୟକ୍ତି ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ରହିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
ସୂଚନା ଅନୁଯାୟୀ, ଯେତେବେଳେ କେହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ପ୍ରାର୍ଥୀଙ୍କୁ ନିର୍ବାଚନ ଆୟୋଗ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ପ୍ରକ୍ରିୟା ଅନୁଯାୟୀ ଅନେକ ପ୍ରକାରର ଫର୍ମ ପୂରଣ କରିବାକୁ ପଡିବ। ଏହି ଫର୍ମଗୁଡିକରେ, ପ୍ରାର୍ଥୀଙ୍କୁ ସମ୍ପତ୍ତି ଠାରୁ ଆରମ୍ଭ କରି ଶିକ୍ଷା, ଠିକଣା, କୋର୍ଟ ମାମଲା ଇତ୍ୟାଦିର ସୂଚନା ଦେବାକୁ ପଡିବ ।
ଏହା ବ୍ୟତୀତ ଅନେକ ପ୍ରଶ୍ନର ବିଭିନ୍ନ ଫର୍ମରେ ଉତ୍ତର ଦେବାକୁ ପଡିବ ଏବଂ ଅନେକ ଡକ୍ୟୁମେଣ୍ଟର ମଧ୍ୟ ଆବଶ୍ୟକତା ରହିଛି । ଯଦି ପ୍ରାର୍ଥୀଙ୍କ ବିରୋଧରେ କୌଣସି କୋର୍ଟ ମାମଲା ଅଛି, ତେବେ ତାଙ୍କୁ ସମସ୍ତ ଦଲିଲ ଦାଖଲ କରିବାକୁ ପଡିବ । ଏହା ବ୍ୟତୀତ ଘର ଟିକସ ଦେବାର ରସିଦ, ସମସ୍ତ ଟିକସ ଦେବାର ରସିଦ ଇତ୍ୟାଦି ସୂଚନା ଏବଂ ଦୁଇ ସାକ୍ଷୀଙ୍କ ସହିତ ଏକ ଆଫିଡେଭିଟ୍ ମଧ୍ୟ ଦାଖଲ କରିବାକୁ ପଡିବ, ଯେଉଁଥିରେ ନିଜ ବିଷୟରେ ଏବଂ ସମ୍ପତ୍ତି ବିଷୟରେ ସୂଚନା ଦେବା ଆବଶ୍ୟକତା ରହିଛି ।












Click it and Unblock the Notifications