ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ବନ୍ଦ ହେବ ପ୍ରଚାର, ୮୮ ଆସନରେ ହେବ ନିର୍ବାଚନ
ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରୁ ବନ୍ଦ ହେବ ପ୍ରଚାର । ବହୁ ହେଭିୱେଟ ଦେବେ ଭାଗ୍ୟପରୀକ୍ଷା । ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗଣନା ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଆଜି ସା ଠାରୁ ବନ୍ଦ ହୋଇଯିବ। ୨୬ ଏପ୍ରିଲରେ ୧୩ ଟି ରାଜ୍ୟର ୮୮ ଟି ଲୋକ ସଭା ଆସନରେ ଭୋଟ ଗ୍ରହଣ ହେବ। ଏହି ଆସନଗୁଡିକର ଫଳାଫଳ ମଧ୍ୟ ଜୁନ ୪ରେ ଏକକାଳୀନ ଘୋଷଣା କରାଯିବ । ଭୋଟ ଶାନ୍ତିପୂର୍ଣ୍ଣ ଏବଂ ନିରପେକ୍ଷ ଭାବରେ ହେବ ବୋଲି ନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି।

ଅନ୍ୟପକ୍ଷରେ, ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ପ୍ରତ୍ୟାହାର ତାରିଖ ଯିବା ହେବା ପରେ ମୋଟ ପ୍ରାର୍ଥୀଙ୍କ ଚିତ୍ର ମଧ୍ୟ ସ୍ପଷ୍ଟ ହୋଇଛି। ତୃତୀୟ ପର୍ଯ୍ୟାୟରେ ମେ ୭ ରେ ୧୨ ଟି ରାଜ୍ୟ / ୟୁନିଅନ ଅଞ୍ଚଳରେ ୯୬ ଟି ସିଟ ପାଇଁ ଭୋଟ ଅନୁଷ୍ଠିତ ହେବ।
ତେବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶୁକ୍ରବାର ସକାଳ ୭ଟାରୁ ସନ୍ଧ୍ୟା ୫ ଟା ମଧ୍ୟରେ ହେବ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କର୍ଣ୍ଣାଟକ, ବିହାର, ଉତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, କେରଳ, ଆସାମ, ମଧ୍ୟପ୍ରଦେଶ, ମଣିପୁର, ତ୍ରୀପୁରା ଆଦି ରାଜ୍ୟରେ ନିର୍ବାଚନ ହେବ । ଏଥିପାଇଁ ସବୁ ଦଳ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାରର ମଙ୍ଗ ଧିରିଥିବା ବେଳେ କଂଗ୍ରେସ ପକ୍ଷରୁ ସାଂସଦ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଦ୍ୱିତୀୟ ପର୍ଯ୍ୟାୟରେ ସର୍ବାଧିକ କେରଳରେ ୨୦ ଆସନ ଏବଂ କର୍ଣ୍ଣାଟକ ୧୪, ମହାରାଷ୍ଟ୍ରରେ ୯, ମଧ୍ୟପ୍ରଦେଶର ୭, ରାଜସ୍ଥାନର ୧୩ ଆସନ ପାଇଁ ଭୋଟିଂ ହେବ ।












Click it and Unblock the Notifications