ଶେଷ ହେଲା ବିହାରର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର
ବିହାରର ଦ୍ୱିତୀୟ ତଥା ଅନ୍ତିମ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ୟ୍ୟ ଆଜି ସନ୍ଧ୍ୟାରେ ଶେଷ ହୋଇଛି । ଆଜି ପ୍ରଚାରର ଶେଷ ପର୍ୟ୍ୟାୟରେ ବିଭିନ୍ନ ରାଜନୈତିକ ଦଳର ନେତା ତଥା ପ୍ରାର୍ଥୀଙ୍କ ପକ୍ଷରୁ ଭୋଟରମାନଙ୍କୁ ଆତ୍କୃଷ୍ଟ କରିବା ଲାଗି ନିର୍ବାଚନ ସମାବେଶ ଏବଂ ର୍ୟାଲିର ଆୟୋଜନ କରାଯାଇଥିଲା । ରାଜନୈତିକ ଦଳର ଗୁଡ଼ିକର ବହୁ ଷ୍ଟାର୍ ପ୍ରଚାରକ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ସମାବେଶକୁ ସମ୍ବୋଧନ କରିଥିଲେ ।
ବିଜେପିର ଷ୍ଟାର୍ ପ୍ରଚାରକମାନଙ୍କ ମଧ୍ୟରେ ବରିଷ୍ଠ ନେତା ଏବଂ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ, ଶିବରାଜ ସିଂହ ଚୌହାନ ନିର୍ବାଚନୀ ସଭାକୁ ସମ୍ବୋଧନ କରିଥିଲେ । ମହାଗଠନବନ୍ଧନ ପ୍ରାର୍ଥୀଙ୍କ ପାଇଁ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି କିଶନ୍ଗଞ୍ଜ ଏବଂ ପୁର୍ଣ୍ଣିଆରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । କୈମୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଜନତା ଦଳ ୟୁନାଇଟେଡ୍ ସଭାପତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ତାଙ୍କକାର୍ୟ୍ୟକାଳ ମଧ୍ୟରେ ରାଜ୍ୟରେ ବିଦ୍ୟୁତ୍ ଯୋଗାଣ ସ୍ଥିତିରେ ଉନ୍ନତି ଆସିଛି । ଲୋକମାନେ ୧୨୫ ୟୁନିଟ୍ ମାଗଣା ବିଜୁଳି ପାଉଛନ୍ତି । ଏନ୍.ଡି.ଏ. ସରକାର ପୁନଃ ନିର୍ବାଚିତ ହେଲେ ବିକାଶ କାର୍ୟ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ବରିଷ୍ଠ ବିଜେପି ନେତା ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆରାରିଆ ସିକ୍ଟିରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଏନ୍.ଡି.ଏ. ଗରିବ କଲ୍ୟାଣ ସହିତ ବିକାଶ ଏବଂ ଐତିହ୍ୟ ଉପରେ କାର୍ୟ୍ୟ କରେ ବୋଲି କହିଛନ୍ତି ।

ଅନ୍ୟ ପକ୍ଷରେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ କୈମୁର୍ରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରିଥିଲେ । ଜନସ୍ୱରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ମଧ୍ୟ ପୂର୍ବ ଚମ୍ପାରନ୍ ଜିଲ୍ଲାର କୈଲ୍ୟାଣପୁରରେ ଏକ ରୋଡ୍ ଶୋ' କରିଥିଲେ । ଏହି ପର୍ୟ୍ୟାୟରେ ଆସନ୍ତା ମଙ୍ଗଳବାର ଦିନ ୨୦ଟି ଜିଲ୍ଲାର ୧୨୨ଟି ଆସନ ଲାଗି ମତଗ୍ରହଣ କରାଯିବ । ଗତ ୬ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୮ଟି ଜିଲ୍ଲାର ୧୨୧ଟି ଆସନରେ ମତଗ୍ରହଣ ହୋଇଥିଲା । ଆସନ୍ତା ୧୪ ତାରିଖରେ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ ।












Click it and Unblock the Notifications