ଆଜି ଥମିବ ଜମ୍ମୁ-କାଶ୍ମୀର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର

ଧାରା ୩୭୦ ରଦ୍ଦ ହେବା ପରେ ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନିଜର ସାରା ଶକ୍ତି ଲଗାଇଛି । ଏହି ସମୟ ମଧ୍ୟରେ ସୋମବାର ଅର୍ଥାତ୍ ଆଜି ଜାମ୍ମୁ-କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ଅଭିଯାନର ଶେଷ ଦିନ, ଜାମ୍ମୁ-କାଶ୍ମୀର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାରକାର୍ଯ୍ୟ ଶେଷ ହେବ ।

୭ଟି ଜିଲ୍ଲାର ୨୪ଟି ବିଧାନସଭା ଆସନ ଲାଗି ଆସନ୍ତା ୧୮ତାରିଖ ଦିନ ଭୋଟଗ୍ରହଣ ହେବ । ଏହି ଜିଲ୍ଲାଗୁଡ଼ିକ ହେଲା ଡୋଡା, କିସ୍ତୱାର, ରମବନ, ଅନନ୍ତନାଗ, ପୁଲୱାମା, କୁଲଗାଁ ଓ ସୋପିଆନ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା ୨୫ ତାରିଖ ଦିନ ମତଦାନ ହେବାକୁ ଥିବାବେଳେ ଅକ୍ଟୋବର ୧ ତାରିଖ ଦିନ ତୃତୀୟ ପର୍ଯ୍ୟାୟ ଭୋଟଦାନ କରାଯିବ ।

eci

ଅକ୍ଟୋବର ୮ ତାରିଖ ଦିନ ଭୋଟଗଣତି ହେବ । ୯୦ ଆସନ ବିଶିଷ୍ଟ ଜାମ୍ମୁ କାଶ୍ମୀର ବିଧାନସଭାରେ ୭ଟି ଆସନ ଅନୁସୂଚିତ ଜାତି ପାଇଁ ଏବଂ ୯ଟି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି । ଆଉ ଆଜି ଶେଷ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହା ଚେନାବ ଉପତ୍ୟକାରେ ତିନିଟି ରାଲିରେ କରିବେ ଆଜି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+