ଶେଷ ହେଲା ୧୩ ରାଜ୍ୟରେ ହେବାକୁ ଥିବା ଉପ ନିର୍ବାଚନ ଲାଗି ପ୍ରଚାର
୧୧ଟି ରାଜ୍ୟ ଏବଂ ୩୩ଟି ବିଧାନସଭା ଆସନ ଓ କେରଳର ୱାୟନାଡ଼ ଲୋକସଭା ଆସନ ଉପ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ଆସନ୍ତା ବୁଧବାର ଦିନ ସେଠାରେ ମତଗ୍ରହଣ କରାଯିବ। ସେଥିମଧ୍ୟରେ ରାଜସ୍ଥାନର ୭ଟି, ପଶ୍ଚିମବଙ୍ଗର ୬, ଆସାମର ୫, ବିହାରର ୪, କର୍ଣ୍ଣାଟକର ୩, ମଧ୍ୟପ୍ରଦେଶ ଏବଂ ସିକ୍କିମର ୨ଟି ଲେଖାଏଁ ଆସନ ରହିଛି। ଏହା ବ୍ୟତୀତ କେରଳ, ଛତିଶଗଡ଼, ଗୁଜୁରାଟ ଓ
ମେଘାଳୟର ଗୋଟିଏ ଲେଖାଏଁ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ।

ମହାରାଷ୍ଟ୍ରର ନାନ୍ଦେଡ଼ ସଂସଦୀୟ କ୍ଷେତ୍ର ସମେତ ୧୫ଟି ବିଧାନସଭା ଆସନ ପାଇଁ ଆସନ୍ତା ୨୦ ତାରିଖରେ ମତ ନିଆଯିବ। ସେଥିମଧ୍ୟରେ ଉତ୍ତର ପ୍ରଦେଶର ୯, ପଞ୍ଜାବର ୪, କେରଳ ଏବଂ ଉତ୍ତରାଖଣ୍ଡର ଗୋଟିଏ ଲେଖାଏଁ ଆସନ ପାଇଁ ଭୋଟ୍ଗ୍ରହଣ କରାଯିବ। ଆସନ୍ତା ୨୩ ତାରିଖରେ ସମସ୍ତ ପର୍ଯ୍ୟାୟ ଭୋଟ୍ଗଣତି ସହ ଫଳାଫଳ ଘୋଷଣା କରାଯିବ।












Click it and Unblock the Notifications