ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସି ସରିବ ପ୍ରଚାର: ନଭେମ୍ବର ୬ରେ ୧୨୧ଟି ଆସନ ପାଇଁ ହେବ ମତଦାନ
ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସି ସରିବ ପ୍ରଚାର। ନଭେମ୍ବର ୬ରେ ୧୨୧ଟି ଆସନ ପାଇଁ ହେବ ମତଦାନ। ୧୮ ଜିଲ୍ଲାର ୧୩୧୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ନଭେମ୍ବର ୧୧ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍, ୧୪ରେ ଗଣତି।

ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର। ଶେଷ ଦିନରେ ଜୋରଦାର ପ୍ରଚାର କରିବେ ବିଭିନ୍ନ ଦଳର ହେଭିୱେଟ୍ । ସନ୍ଧ୍ୟା ୫ଟା ପରେରେ ନିର୍ବାଚନ କମିଶନ ଲାଗୁ କରିବେ ଧାରା ୧୨୬ । ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବ ମତଦାନ । ୧୩୧୪ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି ।
ମତଦାନର ଠିକ୍ ୪୮ ଘଣ୍ଟା ପୂର୍ବରୁ, ଆଜି ସନ୍ଧ୍ୟା ୫ଟାରୁ, ନିର୍ବାଚନ କମିଶନ ଧାରା ୧୨୬ ଲାଗୁ କରିବେ। ଏହି ବ୍ୟବସ୍ଥାର ମୂଳ ଅର୍ଥ ହେଉଛି ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ଆଉ କୌଣସି ପ୍ରକାରର ତୀବ୍ର ପ୍ରଚାରରେ ନିୟୋଜିତ ହୋଇପାରିବେ ନାହିଁ । ଏହାର ଉଦ୍ଦେଶ୍ୟ ହେଉଛି ଏକ 'ନୀରବତା ଅବଧି' ସୁନିଶ୍ଚିତ କରିବା ଯେଉଁଠାରେ ଭୋଟରମାନେ କୌଣସି ବାହ୍ୟ ଚାପ କିମ୍ବା ଶବ୍ଦ ବିନା ସେମାନଙ୍କର ନିଷ୍ପତ୍ତି ବିଚାର କରିପାରିବେ । ଏହି ସମୟ ମଧ୍ୟରେ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ପାଇଁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା କରାଯାଇଛି ।ଏନଡିଏର ଏହି ନିର୍ବାଚନୀ ଇସ୍ତାହାରରେ ଖାସ୍ କରି ମହିଳା, ଯୁବକ, ପଛୁଆ ବର୍ଗ, ଚାଷୀ ଏବଂ ବ୍ୟବସାୟୀଙ୍କୁ ଧ୍ୟାନ ରଖାଯାଇଛି । କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ରମନ୍ତ୍ରୀ ତଥା ହାମ୍ ନେତା ଜୀତନ ରାମ ମାଞ୍ଝୀ, ଚିରାଗ ପାସଓ୍ୱାନ, ଉପେନ୍ଦ୍ର କୁଶବାହାଙ୍କ ଭଳି ନେତା ମିଶି ଏହି ଏନଡିଏର ସଙ୍କଳ୍ପ ପତ୍ର ଜାରି କରିଛନ୍ତି ।
ଏନଡିଏର ସଙ୍କଳ୍ପ ପତ୍ର
ଏକ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାର ଲକ୍ଷ୍ୟ ରଖାଯାଇଛି
ବିହାରରେ ସଡ଼କ ନେଟୱାର୍କ ବିସ୍ତାର କରିବା ପାଇଁ ୭ଟି ଏକ୍ସପ୍ରେସ ୱେ ନିର୍ମାଣ କରାଯିବ
ପ୍ରତ୍ୟେକ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ କରାଯିବ
ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ପାର୍କ ସ୍ଥାପନ କରିବାର ଯୋଜନା
୧ କୋଟି ସରକାରୀ ଚାକିରି ଏବଂ ନିଯୁକ୍ତି ଯୋଗାଇବାକୁ ପ୍ରତିଶ୍ରୁତି
ଦରଭଙ୍ଗା ଏବଂ ପୂର୍ଣ୍ଣିଆରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରିବାର ଯୋଜନା
ବିହାରର ୪ଟି ସହରରେ ନୂତନ ମେଟ୍ରୋ ନିର୍ମାଣ କରାଯିବ
ଗରିବ ପରିବାରର ପିଲାଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଗାଇବା ପାଇଁ ପ୍ରତିଶ୍ରୁତି
ମିଶିଯିବ ୪ଟି ବଡ଼ ବ୍ୟାଙ୍କ ! ଏହି ବ୍ୟାଙ୍କରେ ଆପଣଙ୍କ ଖାତା ଅଛି କି ?
ଏହାସହିତ ଏନଡିଏ ଇସ୍ତାହାରରେ "କର୍ପୂରୀ ଠାକୁର କିଷାନ ସମ୍ମାନ ନିଧି" ନାମକ ଏକ ଯୋଜନା ଆରମ୍ଭ କରିବାର ପ୍ରତିଶ୍ରୁତି ଦିଆଯାଇଛି, ଯାହା ଅଧୀନରେ କେନ୍ଦ୍ର ସରକାର ୬,୦୦୦ ଟଙ୍କା ଯୋଗାଇବେ। ଭାରତ ସରକାର ଏଥିପାଇଁ ପାଣ୍ଠି ଯୋଗାଇବେ। କିଷାନ ନିଧି ପାଇଁ କେନ୍ଦ୍ର ସରକାର ମଧ୍ୟ ୩,୦୦୦ ଟଙ୍କା ଯୋଗାଇବେ ।












Click it and Unblock the Notifications