ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର, ୨୦ ଭୋଟିଂ
Lok Sabha Election 2024: ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦେଶରେ ପଞ୍ଚମ ପର୍ଯ୍ୟାୟ ପାଇଁ ହେବ ଭୋଟିଂ । ତେବେ ଆଜି ସରୁଛି ପ୍ରଚାର, ଶେଷ ଦିନରେ ପ୍ରଚାର ମୈଦାନକୁ ଉହ୍ଲାଇବେ ବିଭିନ୍ନ ଦଳର ହେବିୱେଟ୍ ନେତା । ୮ଟି ରାଜ୍ୟ ଓ ୪୯ଟି କେନ୍ଦ୍ରଶାସିତ ଅଞ୍ଚଳର ଲୋକସଭା ସିଟ୍ ମତଦାନ ହେବ । ଏହି ପର୍ଯ୍ୟାୟରେ ୬୯୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।
ପଞ୍ଚମ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୪ଟି ଆସନ, ପଶ୍ଚିମବଙ୍ଗର ୭ଟି, ଓଡ଼ିଶାର ୫ଟି, ଜମ୍ମୁ କାଶ୍ମୀରର ୧, ବିହାରର ୫ଟି ଆସନ, ଝାଡ଼ଖଣ୍ତର ୩ଟି ଆସନ, ଲଦାଖର ୧ଟି ଆସନରେ ପଡିବ ଭୋଟ ।

ଏଥର ମୁମ୍ବାଇରୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ମୁମ୍ବାଇ ନର୍ଥ ସେଣ୍ଟ୍ରାଲରୁ ବିଜେପି ପ୍ରାର୍ଥୀ ଉଜ୍ୱଳ ନିକମ, କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସ୍ମୃତି ଇରାନୀଙ୍କ ପରି ହେବିୱେଟ୍ ନେତାଙ୍କର ଭାଗ୍ୟ ପରୀକ୍ଷା ଆସନ୍ତା ୨୦ ତାରିଖରେ ହେବ ।












Click it and Unblock the Notifications