ଶେଷ ହେଲା ପ୍ରଚାର, ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ

ବିହାର ବିଧାନସଭାର ପ୍ରଥମ ନିର୍ବାଚନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ନଭେମ୍ବର ୬ (ଗୁରୁବାର) ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନ ପାଇଁ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ମୋଟ ୧୩୧୪ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏମାନଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ, ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସମ୍ରାଟ ଚୌଧୁରୀ, ବିଜେପିର ମୈଥିଳୀ ଠାକୁର, ଜେଡିୟୁର ରାଜ୍ୟ ସଭାପତି ଉମେଶ ଖୁସୱାହ ଓ ଆରଜେଡିର ଭୋଳା ଯାଦବ।

Campaigning ends

ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲାରେ ଭୋଟ ଗ୍ରହଣ ହେବ। ଏହି ଜିଲା ଗୁଡିକ ହେଲା ପାଟନା, ଦରଭଙ୍ଗା, ମାଧେପୁରା, ସହର୍ସା, ମୁଜାଫରପୁର, ଗୋପାଳଗଞ୍ଜ, ସିୱାନ, ସରନ, ବୈଶାଳୀ, ସମସ୍ତିପୁର, ବେଗୁସରାଇ, ଲଖିସରାଇ, ମୁଙ୍ଗେର, ଶେଖପୁରା, ନାଳନ୍ଦା, ବକ୍ସାର ଓ ଭୋଜପୁର। ଦ୍ବିତୀୟ ପର୍ଯ୍ୟାୟରେ ୨୦ଟି ଜିଲାର ୧୨୨ଟି ଆସନ ପାଇଁ ନଭେମ୍ବର ୧୧ରେ ଭୋଟ ଗ୍ରହଣ ହେବ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ସକାଳ ୭ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଯେଉଁମାନେ ଧାଡିରେ ଠିଆ ହୋଇଥିବେ ସେମାନଙ୍କୁ ମତଦାନ ପାଇଁ ସୁଯୋଗ ଦିଆଯିବ। ବିହାର ବିଧାନସଭା ନିର୍ବାଚନରେ ମୋଟ ୭.୪୩ କୋଟି ଭୋଟର ମତଦାନ କରିବେ। ଏଥିପାଇଁ ୯୦,୭୧୨ ମତଦାନ କେନ୍ଦ୍ର ଖୋଲାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+