ମୁମ୍ବାଇ ପୋଲିସ୍କୁ ଥ୍ରେଟ୍ କଲ୍:ସୀମା ହେଦରକୁ ପାକିସ୍ତାନ ପଠାଅ ନହେଲେ ୨୬/୧୧ ହେବ ରିପିଟ୍
ମୁମ୍ବାଇ:ପାକିସ୍ତାନ ଛାଡି ଭାରତ ଆସିଥିବା ସୀମା ହେଦରଙ୍କୁ ନେଇ ମୁମ୍ବାଇ ପୋଲିସକୁ ଆସିଲା ଧମକପୂର୍ଣ୍ଣ ଫୋନ୍ କଲ୍ । ମୁମ୍ବାଇ ପୋଲିସ ସୂଚନା ଅନୁସାରେ, ଗୁରୁବାର ଜୁଲାଇ ୧୩ ତାରିଖରେ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା। ଯେଉଁଥିରେ ଫୋନ୍ କରିଥିବା ବ୍ୟକ୍ତି ପୋଲିସକୁ ଧମକ ଦେଇଥିଲା ଯେ, ସୀମା ହେଦରକୁ ପାକିସ୍ତାନକୁ ଫେରାଇଦିଅ ନଚେତ୍ 26/11 ପରି ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଥାଅ ।

ଏପରି କଲ୍ ଆସିବା ପରେ ମୁମ୍ବାଇ ପୋଲିସ ଏବଂ କ୍ରାଇମ ବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛନ୍ତି । ମୁମ୍ବାଇ ପୋଲିସର ସୂଚନା ଅନୁସାରେ, କଲ୍ କରିଥିବା ବ୍ୟକ୍ତି 26/11 ପରି ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ ଧମକ ଦେଇଛି ଏବଂ ସେ ଏଥିପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ଦାୟୀ କରିଛି । ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏପରି ଅନେକ କଲ ଆସିଥାଏ ପୋଲିସ ବର୍ତ୍ତମାନ ଏହି କଲର ଅନୁସନ୍ଧାନ କରୁଛି।
ଅନଲାଇନ୍ ଗେମିଂ ସମୟରେ ୟୁପିର ନୋଏଡା ନିବାସୀ ସଚିନ୍ ମୀନାଙ୍କ ସହ ପାକିସ୍ତାନୀ ମହିଳା ସୀମା ହେଦର ପ୍ରେମରେ ପଡିଥିଲେ। ଏହା ପରେ ସୀମା ପାକିସ୍ତାନରୁ ଯାଇ ନେପାଳ ଦେଇ ଭାରତ ଆସିଥିଲେ। ଭାରତରେ ବେଆଇନ ଭାବେ ରହୁଥିବାରୁ ସୀମା ହେଦରଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହି ମାମଲାରେ ନୋଏଡା ପୋଲିସ ମଧ୍ୟ ସଚିନଙ୍କୁ ଗିରଫ କରିଥିଲା। ତେବେ ପରେ ଉଭୟଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ।












Click it and Unblock the Notifications