Get Updates
Get notified of breaking news, exclusive insights, and must-see stories!

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ବାତିଲ ହେଲା ୩୨,୦୦୦ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ ଆଦେଶ

ପଶ୍ଚିମବଙ୍ଗର ଶିକ୍ଷକ ଯୋଗ୍ୟତା ପରୀକ୍ଷା ମାଧ୍ୟମରେ ହୋଇଥିବା ନିଯୁକ୍ତି ଅନିୟମିତତା ମାମଲାରେ ଜଣିକିଆ ଖଣ୍ଡପୀଠ ଦ୍ୱାରା ୩୨,୦୦୦ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ ଆଦେଶକୁ ଆଜି କଲିକତା ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ବାତିଲ କରିଦେଇଛନ୍ତି। ଜଷ୍ଟିସ୍‌ ତପବ୍ରତ ଚକ୍ରବର୍ତ୍ତୀ ଓ ଜଷ୍ଟିସ ରୀତୋବ୍ରତ କୁମାର ମିତ୍ରଙ୍କ ଖଣ୍ଡପୀଠ ପୂର୍ବତନ ବିଚାରପତି ଅଭିଜିତ୍ ଗଙ୍ଗୋପାଧ୍ୟାୟ (ବର୍ତ୍ତମାନ ବିଜେପି ସାଂସଦ)ଙ୍କ ୨୦୨୩ ଆଦେଶକୁ ରଦ୍ଦ କରି ଉକ୍ତ ଶିକ୍ଷକମାନଙ୍କ ନିଯୁକ୍ତି ପୁନଃସ୍ଥାପିତ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ ଶିକ୍ଷକ ନିଯୁକ୍ତି ପରୀକ୍ଷା ଆଧାରରେ ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରାୟ ୪୨,୫୦୦ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ହୋଇଥିଲା। ଏହି ପ୍ରକ୍ରିୟାରେ 'ଟଙ୍କା ବଦଳରେ ଚାକିରି' ଭଳି ବହୁ ଅନିୟମିତତାର ଅଭିଯୋଗ ଉଠିଥିଲା। କେତେକ ଅଭିଯୋଗକାରୀ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ଏହା ସହିତ ନିଯୁକ୍ତି ପ୍ରକ୍ରିୟାରେ ଅନ୍ୟ କେତେକ ଉଲ୍ଲଂଘନକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ପୂର୍ବରୁ ୨୫,୦୦୦ରୁ ଅଧିକ ନିଯୁକ୍ତି ରଦ୍ଦ କରି ସରକାରଙ୍କୁ ନୂଆ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Calcutta High Court
ଆଜି ହାଇକୋର୍ଟ ଖଣ୍ଡପୀଠ ମତ ଦେଇଛନ୍ତି ଯେ, ବିଚାରପତିଙ୍କ ଜଣିକିଆ ଖଣ୍ଡପୀଠଙ୍କ ଆଦେଶରେ ସମଗ୍ର ଭର୍ତ୍ତି ପ୍ରକ୍ରିୟାକୁ ଏକାଥରେ ଅବୈଧ ଘୋଷଣା କରିବା ଅନୁଚିତ ଥିଲା। ଅନିୟମିତତା ହୋଇଥିଲେ ମଧ୍ୟ ପ୍ରତ୍ୟେକ ନିଯୁକ୍ତିକୁ ଅଲଗା ଭାବେ ଯାଞ୍ଚ କରି ନିଷ୍ପତ୍ତି ନେବା ଉଚିତ ଥିଲା।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+