ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା ପାଇଁ କେନ୍ଦ୍ର କ୍ଯାବିନେଟର ମୋହର
କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଐତିହାସିକ ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା । ଏହି ଯୋଜନାକୁ ଆଜି କେନ୍ଦ୍ର କ୍ୟାବିନେଟ ତରଫରୁ ମଞ୍ଜୁରୀ ମିଳିଛି। ଏହି ଯୋଜନାର ବଜେଟ ୬୪ ହଜାର କୋଟି ଟଙ୍କା । ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନାଯୋଜନା ଅନୁଯାୟୀ ସମସ୍ତ ଦେଶର ସମସ୍ତ ଜିଲ୍ଲା ଓ ୩୩୮୨ ବ୍ଲକରେ ଏକୀକୃତ ଜନ ସ୍ୱାସ୍ଥ୍ୟ ଲ୍ୟାବ ସ୍ଥାପନା କରାଯିବ।
ଏହି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ ଭାଷଣରେ ୬ ବର୍ଷ (ଆର୍ଥିକ ବର୍ଷ ୨୦୨୫-୨୬ ଯାଏଁ)ରେ ୬୪୧୮୦ କୋଟି ଟଙ୍କା ବ୍ୟୟ ଘୋଷଣା କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଯୋଜନା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ଅତିରିକ୍ତ ହେବ।

ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନାର ମୁଖ୍ୟ ବିଷୟ:
- ହାଇ ଫୋକସ ବିଶିଷ୍ଟ ୧୦ ରାଜ୍ୟରେ ୧୭୭୮୮ ଗ୍ରାମୀଣ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପାଇଁ ସହାୟତା।
- ସବୁ ରାଜ୍ୟରେ ୧୧୦୧୪ ସହରୀ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ସ୍ଥାପନା।
- ସବୁ ଜିଲ୍ଲାରେ ଏକୀକୃତ ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରୟୋଗଶାଳା ଓ ୧୧ ଉଚ୍ଚ ଫୋକସ ବିଶିଷ୍ଟ ରାଜ୍ୟରେ ୩୩୮୨ ବ୍ଲକରେ ସାର୍ବଜନୀନ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନା।
- ୬୦୨ ଜିଲ୍ଲା ଓ ୧୨ କେନ୍ଦ୍ରୀୟ ସଂସ୍ଥାରେ କ୍ରିଟିକାଲ କେୟାର ହସ୍ପିଟାଲ ବ୍ଲକ ସ୍ଥାପନା।
- ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି), ଏହାର ୫ କ୍ଷେତ୍ରୀୟ ଶାଖା ଓ ୨୦ ମହାନଗର ନିଗମ ସ୍ୱାସ୍ଥ୍ୟ ନୀରିକ୍ଷଣ ୟୁନିଟଗୁଡିକୁ ସୁଦୃଢ଼ୀକରଣ କରିବା।
- ସମସ୍ତ ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରୟୋଗଶାଳାକୁ ସଂଯୋଗ କରିବା ପାଇଁ ସମସ୍ତ ରାଜ୍ୟ / UT ସହିତ ସମନ୍ୱିତ ସ୍ୱାସ୍ଥ୍ୟ ସୂଚନା ପୋର୍ଟାଲର ବିସ୍ତାର।
- ୧୭ ନୂଆ ସାର୍ବଜନୀନ ଜନସ୍ୱାସ୍ଥ୍ୟ ୟୁନିଟ୍ ସଞ୍ଚାଳନ ଓ ୩୩ ଜନସ୍ୱାସ୍ଥ୍ୟ ୟୁନିଟକୁ ମଜବୁତ କରିବା ଯାହା ୩୨ ବିମାନବନ୍ଦର, ୧୧ ବନ୍ଦର ଓ ୭ ଟି ଲ୍ୟାଣ୍ଡ କ୍ରସିଂରେ ରହିଛି।
- ୧୫ଟି ସ୍ୱାସ୍ଥ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର ଓ ୨ଟି ମୋବାଇଲ ହସ୍ପିଟାଲ ସ୍ଥାପନା।












Click it and Unblock the Notifications