'ଏଣିକି ସେବାତୀର୍ଥରେ ଅନୁଷ୍ଠିତ ହେବ କ୍ୟାବିନେଟ୍‍ ବୈଠକ'

ଏଣିକି କ୍ୟାବିନେଟ୍‍ ବୈଠକ ଗୁଡ଼ିକ ସେବାତୀର୍ଥଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଆଜି ସମ୍ବୋଧନ କରି ଶ୍ରୀ ବୈଷ୍ଣବ କହିଛନ୍ତି, ସାଉଥ୍‍ ବ୍ଲକ୍‍ରେ ଗତକାଲି ଶେଷ କ୍ୟାବିନେଟ୍‍ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଏକ ସଂକଳ୍ପ ଗୃହୀତ ହୋଇଛି ।

ଭାରତୀୟଙ୍କୁ ଦାସତ୍ୱର ଶୃଙ୍ଖଳରେ ବାନ୍ଧି ରଖିବା ପାଇଁ ତତ୍କାଳୀନ ବ୍ରିଟିଶ ସାଉଥବ୍ଲକ୍‍ ଏବଂ ନର୍ଥ୍‍ ବ୍ଲକ ନିର୍ମାଣ କରିଥିଲେ । ସ୍ୱାଧୀନତା ପରେ ସାଉଥ୍‍ ବ୍ଲକରେ ଅନେକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେ କହିଛନ୍ତି, ଡିଜିଟାଲ ଇଣ୍ଡିଆ ଏବଂ ଜିଏସଟି ଭଳି ପ୍ରମୁଖ ସଂସ୍କାରମୂଳକ ପଦକ୍ଷେପ ଦେଶରେ ସର୍ବନିମ୍ନ ସରକାର-ସର୍ବାଧିକ ଶାସନ ପଦ୍ଧତିକୁ ପ୍ରେରଣା ପ୍ରଦାନ କରିଆସିଛି ।

ASHWINI

ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ଏବଂ ଅପରେସନ ସିନ୍ଦୂର ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ସାଉଥ୍‍ ବ୍ଲକରେ ଗ୍ରହଣ କରାଯାଇଥିଲା ବୋଲି ସେ କହିଛନ୍ତି । ଉତ୍ତର ଓ ଦକ୍ଷିଣ ବ୍ଲକ ଆଗକୁ ଯୁଗଯୁଗୀନ ଭାରତ ସଂଗ୍ରହାଳୟର ଏକ ଅଂଶ ବିଶେଷ ହୋଇ ରହିବ ବେରାଲି ଶ୍ରୀ ବୈଷ୍ଣବ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+