ବିହାରରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ, ନୀତିଶ ରଖିଲେ ଗୃହ ବିଭାଗ
ପାଟନା: ବିହାରରେ ରାଜନୈତିକ ଅସ୍ଥିରତା ଏନଡିଏ ସହ ମିଶି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତିଶ । ଶପଥ ପରେ ଆଜି ସରକାରରେ ମନ୍ତ୍ରଣାଳୟ ମଧ୍ୟ ସମ୍ପ୍ରସାରଣ ହୋଇଛି । ଜାନୁଆରୀ 28 ରେ ନୀତୀଶ କୁମାର ଏବଂ ଅନ୍ୟ 8 ମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ବିଭାଜିତ ହୋଇନଥିଲା । ନୂଆ ଏନଡିଏ ସରକାର ଗଠନର ଷଷ୍ଠ ଦିନରେ ମନ୍ତ୍ରଣାଳୟକୁ ବିଭକ୍ତ କରାଯାଇଛି । ନୀତୀଶ କୁମାର ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗକୁ ନିଜ ପାଖରେ ରଖିଛନ୍ତି ।

ଏନଡିଏ ସରକାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଅଛନ୍ତି ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସମସ୍ତ ବିଭାଗ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କ ମଧ୍ୟରେ ବିଭକ୍ତ ହୋଇଛି। ସମ୍ରାଟ ଚୌଧୁରୀଙ୍କୁ ଅର୍ଥ, ବାଣିଜ୍ୟିକ, ସହରାଞ୍ଚଳ ବିକାଶ ଏବଂ ଗୃହ, ସ୍ୱାସ୍ଥ୍ୟ, କ୍ରୀଡା, ଶିଳ୍ପ, ପଶୁ ଏବଂ ମତ୍ସ୍ୟ ସମ୍ପଦ, ଆଇନ ବିଭାଗର ଦାୟିତ୍ଵ ଦିଆଯାଇଛି । ବିଜୟ ସିହ୍ନାଙ୍କୁ କୃଷି ଓ ସଡକ ନିର୍ମାଣ ବିଭାଗର ଦାୟିତ୍ୱ ଦିଆଯାଇଛି । ବିଜୟ ଚୌଧୁରୀ ପାଖରେ ଶିକ୍ଷା ବିଭାଗର ଦାୟିତ୍ଵ ରହିବ ।
ଏହା ବ୍ୟତୀତ ବିଜୟ ଚୌଧୁରୀଙ୍କୁ ଜଳ ସମ୍ପଦ, ସଂସଦୀୟ ବ୍ୟାପାର, ନିର୍ମାଣ , ପରିବହନ ଶିକ୍ଷା ଏବଂ ସୂଚନା ଏବଂ ଜନସମ୍ପର୍କ ବିଭାଗର ଦାୟିତ୍ଵ ଦିଆଯାଇଛି । ଏହା ସହିତ ବିଜନ୍ଦ୍ର ଯାଦବଙ୍କୁ ଶକ୍ତି ଏବଂ ବିକାଶ, ଗ୍ରାମ୍ୟ ବ୍ୟାପାର ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ମନ୍ତ୍ରୀ କରାଯାଇଛି। ଏଥିସହ ବିଜେପି କୋଟାରୁ ମନ୍ତ୍ରୀ ହୋଇଥିବା ଡକ୍ଟର ପ୍ରେମ କୁମାରଙ୍କୁ ସହଯୋଗ, ପଛୁଆ ବର୍ଗ ଏବଂ ପଛୁଆ ଶ୍ରେଣୀ କଲ୍ୟାଣ, ବିପର୍ଯ୍ୟୟ ପରିଚାଳନା, ପରିବେଶ ଏବଂ ପର୍ଯ୍ୟଟନ ବିଭାଗର ଦାୟିତ୍ଵ ଦିଆଯାଇଛି ।
ଏହା ସହିତ ଶ୍ରାବଣ କୁମାରଙ୍କୁ ଗ୍ରାମ୍ୟ ଉନ୍ନୟନ, ସାମାଜିକ କଲ୍ୟାଣ ଏବଂ ଖାଦ୍ୟ ଏବଂ ଗ୍ରାହକ ସୁରକ୍ଷା ବିଭାଗର ମନ୍ତ୍ରୀ କରାଯାଇଛି। ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା କୋଟାରୁ ମନ୍ତ୍ରୀ ହୋଇଥିବା ସାନ୍ତୋଷ କୁମାର ସୁମନଙ୍କୁ ସୂଚନା ପ୍ରଯୁକ୍ତିବିଦ୍ୟା, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗର ଦାୟିତ୍ଵ ଦିଆଯାଇଛି। ଏକମାତ୍ର ସ୍ୱାଧୀନ ମନ୍ତ୍ରୀ ସୁମିତ କୁମାର ସିଂଙ୍କୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ କରାଯାଇଛି ।












Click it and Unblock the Notifications