ମୋଦି ସରକାରଙ୍କ ବଡ ନିଷ୍ପତି, ଦେଶରେ ଜାତି ଜନଗଣନା କରିବେ କେନ୍ଦ୍ର ସରକାର

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି। ସାରାଦେଶରେ ଜାତିଗତ ଜନଗଣନା କରିବେ ମୋଦୀ ସରକାର । କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ୨୦୨୫ରୁ ୨୦୨୬ ମଧ୍ୟରେ ଆରମ୍ଭ ହେବାକୁ ଥିବା ଜନଗଣନାରେ ଜାତି ଆଧାରିତ ତଥ୍ୟ ସଂଗ୍ରହ କରାଯିବ।

ଜାତିଭିତ୍ତିକ ଜନଗଣନା ଦୀର୍ଘ ଦିନର ଏକ ଦାବି ରହି ଆସିଛି, ଯାହା ସାମାଜିକ ଓ ଅର୍ଥନୈତିକ ପଛୁଆବର୍ଗଙ୍କ ପାଇଁ ନୀତି ପ୍ରଣୟନରେ ସହାୟକ ହେବ ବୋଲି ବିଶ୍ୱାସ କରାଯାଉଛି। ଏହା ଦ୍ୱାରା ସରକାରୀ ଯୋଜନା ଓ ସୁବିଧାଗୁଡ଼ିକ ଅଧିକ ଯଥାର୍ଥ ଓ ଲକ୍ଷ୍ୟଭିତ୍ତିକ ଭାବେ ପହଞ୍ଚାଯାଇ ପାରିବ।

Cabinet decides to include caste survey in next census
ଆଜି କେନ୍ଦ୍ରୀ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସମ୍ବୋଧନ କରିବା ସମୟରେ ଏହା ସ୍ପଷ୍ଟ କରିଛନ୍ତି ଯେ, ଏହି ଜାତିଭିତ୍ତିକ ଜନଗଣନା ଦେଶରେ ସାମାଜିକ ନ୍ୟାୟ ଓ ସମାନତା ପାଇଁ ନୀତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ପୂର୍ବରୁ ଏହାର ବିରୋଧ କରୁଥିଲା, କିନ୍ତୁ ମୋଦୀ ସରକାର ଏହି ପଦକ୍ଷେପ ନେଇ ଦେଶବାସୀଙ୍କୁ ଏକ ନୂଆ ଦିଗ ଦେବାକୁ ପ୍ରତିବଦ୍ଧ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+