Gas Cylinder Price: ରାକ୍ଷୀପୂର୍ଣ୍ଣିମା ଭେଟି, ୨୦୦ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର

Gas Cylinder Price: ରାକ୍ଷୀପୂର୍ଣ୍ଣିମା ଅବସରରେ ସରକାର ଦେଲେ ବଡ଼ ଭେଟି । ଉଜ୍ୱଳା ଯୋଜନାରେ ୨ ଶହ ଟଙ୍କାର ସବସିଡିକୁ ମଞ୍ଜୁର କରାଯାଇଛି । ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ତରକୁ ୨୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଗ୍ୟାସ୍ ଉପରେ ସବସିଡିକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ତେବେ ଉଜ୍ୱଳା ଯୋଜନା ଅଧୀନରେ ଥିବା ହିତାଧିକାରୀ ମଧ୍ୟ ଏହାର ଲାଭ ଉଠାଇପାରିବେ । ଏହା ପୂର୍ବରୁ ଅଗଷ୍ଟ ମାସରେ ବ୍ୟବସାୟିକ ଏଲପିଜି ସିଲିଣ୍ତରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରାଯାଇଥିଲା ହେଲେ ଘରୋଇ ସିଲିଣ୍ତର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା ।

Gas Cylinder Price

ମଙ୍ଗଳବାର ଦିନ କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ଯେ, ସମସ୍ତ ଗ୍ରାହକଙ୍କ ପାଇଁ ଗ୍ୟାସ ସିଲିଣ୍ଡରର ମୂଲ୍ୟ 200 ଟଙ୍କା ହ୍ରାସ କରାଯିବ । ଓନମ ଏବଂ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସେ ଆହୁରି କହିଛନ୍ତି, ଲକ୍ଷ ଲକ୍ଷ ଭଉଣୀଙ୍କୁ ପିଏମ ମୋଦୀ ଉପହାର ଦେଇଛନ୍ତି । ସେହିପରି 75 ଲକ୍ଷ ଭଉଣୀଙ୍କ ପାଇଁ ଉଜ୍ୱଳା ଯୋଜନାରେ ଅଧୀନରେ ସେମାନେ ମାଗଣା ଗ୍ୟାସ୍ ସଂଯୋଗ ପାଇବେ । ପାଇପ୍, ଷ୍ଟୋଭ୍ ଏବଂ ସିଲିଣ୍ଡର ବିନା ମୂଲ୍ୟରେ ଉପଲବ୍ଧ ହେବ । ବର୍ତ୍ତମାନ ସମଗ୍ର ବିଶ୍ୱରେ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇଛି, କିନ୍ତୁ ଭାରତରେ ଏହାର କମ୍ ପ୍ରଭାବ ରହିଛି ।

ସୂଚନାଥାଉ ଯେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏଲପିଜି ସିଲିଣ୍ତର ମୂଲ୍ୟ ୨୦୦ ଟଙ୍କା ଶସ୍ତା ହେବା ନାଇଁ ନିଷ୍ପତ୍ତି ନିଆଯାଇଛି । ତେବେ କେବଳ ଉଜ୍ୱଳା ଯୋଜନାର ହିତାଧିକାରୀମାନେ ରନ୍ଧନ ଗ୍ୟାସରେ ସବସିଡିର ଲାଭ ପାଇବେ ବୋଲି ଗତ ବର୍ଷ କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଉଜ୍ୱଳା ଯୋଜନା ଅଧୀନରେ ସରକାର ପୂର୍ବରୁ ୨୦୦ ଟଙ୍କାର ସବସିଡି ଦେଉଥିଲେ ବର୍ତ୍ତମାନ ଅତିରିକ୍ତ ୨୦୦ ସବସିଡି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+