ସୁରକ୍ଷା ନେଇ କ୍ୟାବିନେଟ୍ କମିଟି ବୈଠକ ଆରମ୍ଭ
Pahalgam Attack Update: ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ CCS ବୈଠକର ଆରମ୍ଭ ହୋଇଯାଇଛି ଯାହାର ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦିଲ୍ଲୀ ୭ ଲୋକକଲ୍ୟାଣ ମାର୍ଗ ବାସଭବନରେ ବସିଥିବା ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର, NSA ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି ।

ଏହାରି ମଧ୍ୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜମ୍ମୁ କଶ୍ମୀର ଅଭିମୁଖେ ଯାତ୍ରା କରିଛନ୍ତି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସେଠାରେ ଫସି ରହିଥିବା ତୀର୍ଥଯାତ୍ରୀମାନଙ୍କୁ ଫେରାଇ ଆଣିବା ପାଇଁ ଶିବସେନାର ରିଲିଫ୍ ଶ୍ରୀନଗର ଅଭିମୁଖେ ଯାତ୍ରା କରିଛି ।












Click it and Unblock the Notifications