ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରୀ: ୧୦୦ଟି ଜିଲ୍ଲାରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ବିକାଶ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି 'ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା'କୁ ମଞ୍ଜୁର କରିଛି। ଏହି ଯୋଜନା ୨୦୨୫-୨୬ ଆର୍ଥିକ ବର୍ଷ ଠାରୁ ଛଅ ବର୍ଷର ଅବଧି ଲାଗି କାର୍ଯ୍ୟକାରୀ ହେବ ଏବଂ ଏଥିରେ ଦେଶର ୧୦୦ଟି ଜିଲ୍ଲାକୁ ସାମିଲ କରାଯିବ। ନୀତି ଆୟୋଗର ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଦ୍ୱାରା ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ପ୍ରଥମ ଥର ପାଇଁ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରୁଛି।

ଏହି ଯୋଜନାର ଲକ୍ଷ୍ୟ ହେଉଛି କୃଷି ଉତ୍ପାଦକତା ବୃଦ୍ଧି କରିବା, ଫସଲ ବିବିଧତା ଓ ଦୀର୍ଘସ୍ଥାୟୀ କୃଷି ପଦ୍ଧତିର ଗ୍ରହଣୀୟତା ବୃଦ୍ଧି କରିବା, ପଞ୍ଚାୟତ ଓ ବ୍ଲକ ସ୍ତରରେ ଅମଳ ପରବର୍ତ୍ତୀ ସଂରକ୍ଷଣକୁ ବଢ଼ାଇବା, ଜଳସେଚନ ସୁବିଧାରେ ଉନ୍ନତି ଆଣିବା ଏବଂ ଦୀର୍ଘକାଳୀନ ଓ ସ୍ୱଳ୍ପକାଳୀନ ଋଣ ଉପଲବ୍ଧତାକୁ ସହଜ କରିବା। ୨୦୨୫-୨୬ ପାଇଁ ବଜେଟ ଘୋଷଣା ଅନୁଯାୟୀ ''ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା'' ଅଧୀନରେ ୧୦୦ଟି ଜିଲ୍ଲାର ବିକାଶ କରିବା। ଏହି ଯୋଜନା ୧୧ଟି ବିଭାଗ, ଅନ୍ୟାନ୍ୟ ରାଜ୍ୟ ଯୋଜନା ଏବଂ ଘରୋଇ କ୍ଷେତ୍ର ସହିତ ସ୍ଥାନୀୟ ସହଭାଗୀତାରେ ୩୬ଟି ପ୍ରଚଳିତ ଯୋଜନାର ସମନ୍ୱୟ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ।

Prime Minister Dhan-Dhaanya Krishi Yojana

ନିମ୍ନ ଉତ୍ପାଦକତା, କମ୍ ଫସଲ ସଘନତା ଏବଂ କମ୍ ଋଣ ବଣ୍ଟନର ତିନୋଟି ପ୍ରମୁଖ ସୂଚକ ଆଧାରରେ ୧୦୦ଟି ଜିଲ୍ଲାକୁ ଚିହ୍ନଟ କରାଯିବ। ମୋଟ୍‌ ଫସଲ କ୍ଷେତ୍ର ଏବଂ କାର୍ଯ୍ୟକ୍ଷମ ହୋଲ୍ଡିଂର ଅଂଶକୁ ଆଧାର କରି ପ୍ରତ୍ୟେକ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ଜିଲ୍ଲା ସଂଖ୍ୟା ନିର୍ଦ୍ଧାରଣ କରାଯିବ। ତଥାପି, ପ୍ରତ୍ୟେକ ରାଜ୍ୟରୁ ଅତି କମରେ ଗୋଟିଏ ଜିଲ୍ଲା ଚୟନ କରାଯିବ।

ଯୋଜନାକୁ ଲାଗୁ କରିବା ପାଇଁ ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ କମିଟି ଗଠନ କରାଯିବ। ଏହି କମିଟିଗୁଡ଼ିକ ପ୍ରଭାବୀ ଯୋଜନା ପ୍ରସ୍ତୁତି, କାର୍ଯ୍ୟକାରିତା ଏବଂ ତଦାରଖ ପ୍ରତି ଧ୍ୟାନ ଦେବ। ଜିଲ୍ଲା ଧନ ଧାନ୍ୟ କମିଟି ଦ୍ୱାରା ଗୋଟିଏ ଜିଲ୍ଲା କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ଯୋଜନା ଚୂଡ଼ାନ୍ତ କରାଯିବ । ଏଥିରେ ପ୍ରଗତିଶୀଳ ଚାଷୀମାନେ ମଧ୍ୟ ସଦସ୍ୟ ରହିବେ। ଜିଲ୍ଲା ଯୋଜନାଗୁଡ଼ିକ ଫସଲ ବିବିଧତା, ଜଳ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ ସଂରକ୍ଷଣ, କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ ପ୍ରାକୃତିକ ଓ ଜୈବିକ କୃଷିର ପ୍ରସାରଣ ଭଳି ଜାତୀୟ ଲକ୍ଷ୍ୟ ସହ ସଂଯୁକ୍ତ ହେବ। ପ୍ରତ୍ୟେକ ଧନ-ଧାନ୍ୟ ଜିଲ୍ଲାରେ ପ୍ରତି ମାସରେ ଏକ ଡ୍ୟାସବୋର୍ଡ ମାଧ୍ୟମରେ ୧୧୭ଟି ପ୍ରମୁଖ କାର୍ଯ୍ୟଦକ୍ଷତା ସୂଚକ ଉପରେ ଯୋଜନାର ଅଗ୍ରଗତି ତଦାରଖ କରାଯିବ। ନୀତି ଆୟୋଗ ମଧ୍ୟ ଜିଲ୍ଲା ଯୋଜନାଗୁଡ଼ିକର ସମୀକ୍ଷା ଏବଂ ମାର୍ଗଦର୍ଶନ କରିବ। ଏହାବ୍ୟତୀତ ପ୍ରତ୍ୟେକ ଜିଲ୍ଲା ପାଇଁ ନିଯୁକ୍ତ କେନ୍ଦ୍ରୀୟ ନୋଡାଲ ଅଧିକାରୀମାନେ ମଧ୍ୟ ନିୟମିତ ଭାବରେ ଯୋଜନାର ସମୀକ୍ଷା କରିବେ।

ଏହି ୧୦୦ଟି ଜିଲ୍ଲାରେ ଲକ୍ଷ୍ୟ ଆଧାରିତ ଫଳାଫଳରେ ଉନ୍ନତି ହେବା ସହିତ, ଦେଶର ପ୍ରମୁଖ କାର୍ଯ୍ୟଦକ୍ଷତା ସୂଚକାଙ୍କ ତୁଳନାରେ ସାମଗ୍ରିକ ହାରାହାରି ପ୍ରଦର୍ଶନରେ ମଧ୍ୟ ସୁଧାର ଆସିବ। ଏହି ଯୋଜନା ଫଳରେ ଅଧିକ ଉତ୍ପାଦକତା, କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ମୂଲ୍ୟ ବୃଦ୍ଧି ସହିତ ସ୍ଥାନୀୟ ଜୀବିକା ସୃଷ୍ଟି ହେବ। ଘରୋଇ ଉତ୍ପାଦନ ବୃଦ୍ଧି ଏବଂ ଆତ୍ମନିର୍ଭରଶୀଳତା (ଆତ୍ମନିର୍ଭର ଭାରତ) ହାସଲ ହୋଇପାରିବ। ଏହି ୧୦୦ଟି ଜିଲ୍ଲାର ସୂଚକାଙ୍କରେ ଉନ୍ନତି ହେବା ସହିତ, ଜାତୀୟ ସୂଚକାଙ୍କଗୁଡ଼ିକ ସ୍ୱୟଂଚାଳିତ ଭାବରେ ଏକ ଊର୍ଦ୍ଧ୍ୱଗାମୀ ଗତିପଥରେ ଅଗ୍ରସର ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+