ଦେଶରେ ନିର୍ମାଣ ହେବ ୧୨ଟି ‘ଶିଳ୍ପ ସ୍ମାର୍ଟ ସିଟି, ଏତିକି ଲକ୍ଷ ଲୋକଙ୍କୁ ମିଳିବ ନିଯୁକ୍ତି
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ଆଜି (୨୮ ଅଗଷ୍ଟ) ଦେଶରେ ୧୨ ଟି ଶିଳ୍ପ ସ୍ମାର୍ଟ ସିଟି ପ୍ରତିଷ୍ଠା କରିବାକୁ ଅନୁମୋଦନ କରିଛି । ଏହା ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ଯେ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର କ୍ୟାବିନେଟ ଆଜି ୧୨ ଟି ଶିଳ୍ପ ସ୍ମାର୍ଟ ସିଟିକୁ ଅନୁମୋଦନ କରିଛି। ଏହା ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବ । ଏହି ଯୋଜନାରେ ୨୮,୬୦୨ କୋଟି ଟଙ୍କା ବିନିଯୋଗ ହେବ ।
କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି ଯେ ୧୦ ଟି ରାଜ୍ୟରେ ବ୍ୟାପିଥିବା ୬ ଟି ପ୍ରମୁଖ ଅର୍ଥନୈତିକ କରିଡର ଭାରତର ଉତ୍ପାଦନ କ୍ଷମତା ଏବଂ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଶିଳ୍ପାଞ୍ଚଳଗୁଡ଼ିକ ଉତ୍ତରପ୍ରଦେଶର ଖୁରପିଆ, ପଞ୍ଜାବର ରାଜପୁରା-ପଟିଆଲା, ମହାରାଷ୍ଟ୍ରର ଦିଗି, କେରଳର ପାଲକ୍କଡ, ଉତ୍ତରପ୍ରଦେଶର ଆଗ୍ରା ଏବଂ ପ୍ରୟାଗ, ବିହାରର ଗୟା, ତେଲେଙ୍ଗାନାର ଜହିରବାଦ୍, ଆନ୍ଧ୍ରପ୍ରଦେଶ ଏବଂ କପଲଥୀ ଏବଂ ଆନ୍ଧ୍ରପ୍ରଦେଶର କୋପାର୍ଥୀଠାରେ ଏପଂ ରାଜସ୍ଥାନ ଜୋଧପୁର ପାଲିରେ ହେବ ।

ସେ ଆହୁରି କହିଛନ୍ତି ଯେ ପ୍ରସ୍ତାବିତ ୧୨ ଟି ସ୍ମାର୍ଟ ଶିଳ୍ପ ସହର ପ୍ରାୟ ୧.୫୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ସୁଯୋଗ ସୃଷ୍ଟି କରିବ। ଔଧ୍ୟୋଗିକ ସ୍ମାର୍ଟ ସିଟି ନ୍ୟାସନାଲ ଇଣ୍ଡଷ୍ଟ୍ରି ଡେଭଲପମେଣ୍ଟ କରିଡର ପ୍ରୋଗ୍ରାମ (ଏନଆଇଡିସିପି) ଅଧିନରେ ନିର୍ମାଣ କରାଯିବ । ଏହି ଯୋଜନା ମାଧ୍ୟମରେ ୧୦ଟି ରାଜ୍ୟକୁ କଭର କରାଯିବ । ଏହାକୁ ୬ଟି ପ୍ରମୁଖ କରିଡର ସହିତ ରଣନୀତି ଭାବେ ପ୍ଲାନ କରାଯାଇଛି । ଉତ୍ତରାଖଣ୍ଡର ଖୁରପିୟା, ପଞ୍ଜାବର ରାଜପୁରା-ପଟିୟାଲା, ମହାରାଷ୍ଟ୍ରର ଦିଘୀ, କେରଳର ପଲକ୍କଡ଼, ୟୁପିର ଆଗ୍ରା ଓ ପ୍ରୟାଗରାଜ, ବିହାରରର ଗୟା, ତେଲେଙ୍ଗାନାର ଜହୀରାବାଦ, ଆନ୍ଧ୍ରପ୍ରଦେଶର ଔକବାକଲ ଓ କୋପାର୍ଥୀ, ରାଜସ୍ଥାନର ଯୋଧପୁର-ପାଲୀରେ ଏହି ଶିଳ୍ପ ସ୍ମାର୍ଟ ସହରଗୁଡ଼ିକୁ ବିକଶିତ କରାଯିବ ।












Click it and Unblock the Notifications