ସାରା ଦେଶରେ ମେଡିକାଲ କଲେଜଗୁଡ଼ିକୁ କରାଯିବ ଅପଗ୍ରେଡ୍ , 10,000 ରୁ ଅଧିକ ସିଟ୍ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ସରକାରୀ ମେଡିକାଲ୍‌ କଲେଜ ଓ ହସ୍ପିଟାଲଗୁଡ଼ିକର ଉନ୍ନତି ଓ ସମ୍ପ୍ରସାରଣ ପାଇଁ ସେଣ୍ଟ୍ରାଲି ସ୍ପନ୍ସର୍ଡ ସ୍କିମ୍‌ (CSS) ଫେଜ୍‌-IIIକୁ ଅନୁମୋଦନ ଦେଇଛି। ଏହା ଅଧୀନରେ ୫୦୨୩ MBBS ଓ ୫୦୦୦ PG ସିଟ୍‌ ବୃଦ୍ଧି କରାଯିବ, ଯେଉଁଥିପାଇଁ ପ୍ରତି ସିଟ୍‌ ପାଇଁ ଖର୍ଚ୍ଚ ସୀମା ୧.୫ କୋଟି ଟଙ୍କା ନିର୍ଦ୍ଧାରିତ ହୋଇଛି।

Cabinet approves

୨୦୨୫-୨୬ରୁ ୨୦୨୮-୨୯ ମଧ୍ୟରେ ଏହି ଯୋଜନା ପାଇଁ ମୋଟ ୧୫୦୩୪.୫ କୋଟି ଟଙ୍କା ବ୍ୟୟ ହେବ, ଯେଉଁଥିରୁ କେନ୍ଦ୍ରର ଅଂଶ ୧୦୩୦୩.୨ କୋଟି ଓ ରାଜ୍ୟର ଅଂଶ ୪୭୩୧.୩ କୋଟି। ଏହା ଦେଶରେ ଡାକ୍ତରଙ୍କ ଉପଲବ୍ଧତା ବୃଦ୍ଧି, ନୂଆ ସ୍ପେସିଆଲିଟି ପ୍ରବର୍ତ୍ତନ ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜବୁତ କରିବ। ଗତ ୧୦ ବର୍ଷରେ ଭାରତରେ ମେଡିକାଲ୍‌ କଲେଜ ସଂଖ୍ୟା ୩୮୭ରୁ ୮୦୮କୁ ବୃଦ୍ଧି ପାଇଛି, ଏହା ସହିତ ୬୯୩୫୨ MBBS ଓ ୪୩୦୪୧ PG ସିଟ୍‌ ବୃଦ୍ଧି ପାଇଛି। ଏହା ସହ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ୨୨ଟି ନୂଆ AIIMS ମଧ୍ୟ ଅନୁମୋଦିତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+