ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ୩୧ ଡିସେମ୍ବର ୨୦୨୪ଠାରୁ ଆଗକୁ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ 'ପ୍ରଧାନମନ୍ତ୍ରୀ ଉଠାଦୋକାନୀ ଆତ୍ମନିର୍ଭର ନିଧି (ପିଏମ ସ୍ୱନିଧି) ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧିକୁ ୩୧ ଡିସେମ୍ବର ୨୦୨୪ଠାରୁ ଆଗକୁ ବଢ଼ାଇବାକୁ ଅନୁମୋଦନ କରାଯାଇଛି। ଏହି ଯୋଜନାରେ ମୋଟ୍‌ ବ୍ୟୟବରାଦ ୭,୩୩୨ କୋଟି ଟଙ୍କା ଅଟେ। ପୁନର୍ଗଠିତ ଯୋଜନାର ଲକ୍ଷ୍ୟ ହେଉଛି ୫୦ ଲକ୍ଷ ନୂଆ ହିତାଧିକାରୀଙ୍କ ସମେତ ୧.୧୫ କୋଟି ହିତାଧିକାରୀଙ୍କୁ ଲାଭ ପହଞ୍ଚାଇବା।

ଏହି ଯୋଜନାକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆର୍ଥିକ ସେବା ବିଭାଗ (ଡିଏଫଏସ) ଉପରେ ମିଳିତ ଭାବରେ ନ୍ୟସ୍ତ ରହିବ। ଡିଏଫଏସର ଭୂମିକା ହେବ ବ୍ୟାଙ୍କ/ଆର୍ଥିକ ପ୍ରତିଷ୍ଠାନ ଏବଂ ସେଗୁଡ଼ିକର ତୃଣମୂଳ ସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ଋଣ/କ୍ରେଡିଟ୍ କାର୍ଡ ଉପଲବ୍ଧତାକୁ ସହଜ କରିବା।

Cabinet approves restructuring amp amp extension

ପୁନର୍ଗଠିତ ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ କିସ୍ତିରେ ଋଣ ପରିମାଣ ବୃଦ୍ଧି, ଦ୍ୱିତୀୟ ଋଣ ପରିଶୋଧ କରୁଥିବା ହିତାଧିକାରୀଙ୍କ ପାଇଁ ୟୁପିଆଇ-ସଂଲଗ୍ନ ରୂପେ କ୍ରେଡିଟ୍ କାର୍ଡର ବ୍ୟବସ୍ଥା ଏବଂ ଖୁଚୁରା ଓ ପାଇକାରୀ କାରବାର ପାଇଁ ଡିଜିଟାଲ୍ କ୍ୟାସବ୍ୟାକ୍ ପ୍ରୋତ୍ସାହନ ଅନ୍ତର୍ଭୁକ୍ତ। ଏହି ଯୋଜନାର ପରିସର ପର୍ଯ୍ୟାୟକ୍ରମେ ଜନଗଣନା ସହର ଏବଂ ଅର୍ଦ୍ଧ-ସହରାଞ୍ଚଳ ଇତ୍ୟାଦିକୁ ବିସ୍ତାର କରାଯାଉଛି।

ଉନ୍ନତ ଋଣ ଢାଞ୍ଚାରେ ପ୍ରଥମ କିସ୍ତି ଋଣକୁ ୧୫,୦୦୦ ଟଙ୍କା (୧୦,୦୦୦ ଟଙ୍କାରୁ) ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଦ୍ୱିତୀୟ କିସ୍ତି ଋଣକୁ ୨୫,୦୦୦ ଟଙ୍କା (୨୦,୦୦୦ଟଙ୍କାରୁ) ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ତୃତୀୟ କିସ୍ତିକୁ ପୂର୍ବ ଭଳି ୫୦ ହଜାର ଟଙ୍କା ରଖାଯାଇଛି ।

ୟୁପିଆଇ ସଂଯୁକ୍ତ ରୂପେ କ୍ରେଡିଟ୍ କାର୍ଡ ପ୍ରଚଳନ ଦ୍ୱାରା ରାସ୍ତାପାର୍ଶ୍ବ ବିକ୍ରେତାମାନେ ଯେକୌଣସି ଜରୁରୀକାଳୀନ ବ୍ୟବସାୟ ଏବଂ ବ୍ୟକ୍ତିଗତ ଆବଶ୍ୟକତା ପୂରଣ କରିବା ପାଇଁ ତୁରନ୍ତ ଋଣ ପାଇପାରିବେ।

ଅଧିକନ୍ତୁ, ଡିଜିଟାଲ୍ ସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ, ରାସ୍ତା କଡ଼ ବିକ୍ରେତାମାନେ ଖୁଚୁରା ଏବଂ ପାଇକାରୀ କାରବାର କରିବା ଉପରେ ୧୬,୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପ୍ରୋତ୍ସାହନ ପାଇପାରିବେ।

ଏହି ଯୋଜନାରେ ଉଦ୍ୟମିତା, ଆର୍ଥିକ ସାକ୍ଷରତା ଏବଂ ଡିଜିଟାଲ ଦକ୍ଷତା ମାଧ୍ୟମରେ ମାର୍କେଟିଂ ଉପରେ ଧ୍ୟାନ ଦେଇ ରାସ୍ତାପାର୍ଶ୍ବ ବିକ୍ରେତାଙ୍କ କ୍ଷମତା ନିର୍ମାଣ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ସହିତ ମିଳିତ ଭାବରେ ରାସ୍ତାପାର୍ଶ୍ବ ବିକ୍ରେତାଙ୍କ ପାଇଁ ମାନକ ସ୍ୱଚ୍ଛତା ଏବଂ ଖାଦ୍ୟ ସୁରକ୍ଷା ତାଲିମ ଆୟୋଜନ କରାଯିବ।

ରାସ୍ତା କଡ଼ ଉଠାଦୋକାନୀ ଏବଂ ସେମାନଙ୍କ ପରିବାରର ସାମଗ୍ରିକ କଲ୍ୟାଣ ଏବଂ ବିକାଶ ସୁନିଶ୍ଚିତ କରିବା ପାଇଁ, ମାସିକ ଲୋକ କଲ୍ୟାଣ ମେଳା ମାଧ୍ୟମରେ 'ସ୍ୱନିଧି ସେ ସମୃଦ୍ଧି' ପଦକ୍ଷେପକୁ ଆହୁରି ସୁଦୃଢ଼ ​​କରାଯିବ। ଏହାର ଲକ୍ଷ୍ୟ ହେଉଛି ଭାରତ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ହିତାଧିକାରୀ ଏବଂ ସେମାନଙ୍କ ପରିବାର ପାଖରେ ସମ୍ପୂର୍ଣ୍ଣ ଭାବରେ ପହଞ୍ଚାଇବା।

କୋଭିଡ-୧୯ ମହାମାରୀ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିବା ରାସ୍ତାକଡ଼ା ଉଠା ଦୋକାନୀମାନଙ୍କୁ ସହାୟତା କରିବା ପାଇଁ ସରକାର ୧ ଜୁନ୍ ୨୦୨୦ ରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଆରମ୍ଭ କରିଥିଲେ। ଆରମ୍ଭ ହେବା ପରଠାରୁ, ଏହି ଯୋଜନା ରାସ୍ତାପାର୍ଶ୍ବ ବିକ୍ରେତାଙ୍କ ପାଇଁ କେବଳ ଏକ ଆର୍ଥିକ ସହାୟତା ନୁହେଁ ଏବଂ ସେମାନଙ୍କୁ ଅର୍ଥବ୍ୟବସ୍ଥାରେ ସେମାନଙ୍କର ଅବଦାନ ପାଇଁ ଏକ ପରିଚୟ ଓ ଆନୁଷ୍ଠାନିକ ସ୍ୱୀକୃତି ପ୍ରଦାନ କରିଛି।

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିସାରିଛି। ୩୦ ଜୁଲାଇ, ୨୦୨୫ ସୁଦ୍ଧା, ୬୮ ଲକ୍ଷରୁ ଅଧିକ ରାସ୍ତାକଡ଼ ବିକ୍ରେତାଙ୍କୁ ୧୩,୭୯୭ କୋଟି ଟଙ୍କାର ୯୬ ଲକ୍ଷରୁ ଅଧିକ ଋଣ ବଣ୍ଟନ କରାଯାଇଛି। ପ୍ରାୟ ୪୭ ଲକ୍ଷ ଡିଜିଟାଲ୍ ଭାବରେ ସକ୍ରିୟ ହିତାଧିକାରୀ ୬.୦୯ ଲକ୍ଷ କୋଟି ଟଙ୍କା ମୂଲ୍ୟର ୫୫୭ କୋଟିରୁ ଅଧିକ ଡିଜିଟାଲ୍ ନେଣଦେଣ କରିଛନ୍ତି। ଏହା ସେମାନଙ୍କୁ ମୋଟ ୨୪୧ କୋଟି ଟଙ୍କା କ୍ୟାଶବ୍ୟାକ୍ ପ୍ରଦାନ କରିଛି। 'ସ୍ୱନିଧି ସେ ସମୃଦ୍ଧି' ପଦକ୍ଷେପ ଅଧୀନରେ, ୩,୫୬୪ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ୪୬ ଲକ୍ଷ ହିତାଧିକାରୀଙ୍କ ପ୍ରୋଫାଇଲ୍ ପ୍ରସ୍ତୁତ କରାଯାଇଛି ଯାହା ଫଳରେ ୧.୩୮ କୋଟିରୁ ଅଧିକ ଯୋଜନାକୁ ମଞ୍ଜୁର କରାଯାଇଛି।

ଏହି ଯୋଜନାକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। ଅର୍ଥବ୍ୟବସ୍ଥା ଓ ଜୀବିକାକୁ ବିସ୍ତାର କରିବା, ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଆଗକୁ ବଢ଼ାଇବା ଏବଂ ଡିଜିଟାଲ୍ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପିଏମ ସ୍ୱନିଧି ଯୋଜନାକୁ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର (୨୦୨୩) (କେନ୍ଦ୍ରୀୟ ସ୍ତର) ଏବଂ ଡିଜିଟାଲ୍ ପରିବର୍ତ୍ତନ ପାଇଁ ସରକାରୀ ପ୍ରକ୍ରିୟା ପୁନର୍ଗଠନରେ ଉତ୍କର୍ଷତା ପାଇଁ ରୌପ୍ୟ ପୁରସ୍କାର (୨୦୨୨) ପ୍ରଦାନ କରାଯାଇଛି।

ଏହି ଯୋଜନା ରାସ୍ତାକଡ଼ ଉଠାଦୋକାନୀମାନଙ୍କୁ ସେମାନଙ୍କର ବ୍ୟବସାୟ ସମ୍ପ୍ରସାରଣ ଏବଂ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ସୁଯୋଗକୁ ବୃଦ୍ଧି କରିବା ପାଇଁ ଆର୍ଥିକର ଏକ ନିର୍ଭରଯୋଗ୍ୟ ଉତ୍ସ ପ୍ରଦାନ କରି ସେମାନଙ୍କର ସାମଗ୍ରିକ ବିକାଶର ପରିକଳ୍ପନା। ଏହା କେବଳ ରାସ୍ତାପାର୍ଶ୍ବ ବିକ୍ରେତାମାନଙ୍କୁ ସଶକ୍ତ କରିବ ନାହିଁ ବରଂ ସମାବେଶୀ ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବ। ରାସ୍ତାକଡ଼ ବିକ୍ରେତା ଏବଂ ସେମାନଙ୍କ ପରିବାରର ସାମାଜିକ-ଆର୍ଥିକ ଉନ୍ନତିକୁ ମଧ୍ୟ ପ୍ରୋତ୍ସାହିତ କରିବ, ଯାହାଦ୍ୱାରା ସେମାନଙ୍କର ଜୀବିକା ବୃଦ୍ଧି ହେବ ଏବଂ ସହରାଞ୍ଚଳଗୁଡ଼ିକୁ ସକ୍ରିୟ ଏବଂ ସ୍ୱାବଲମ୍ବୀ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+