ମହିଳାଙ୍କ ସୁରକ୍ଷା" ଉପରେ ଅମ୍ବ୍ରେଲା ଯୋଜନା କାର୍ଯ୍ୟକାରୀ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

ମହିଳାଙ୍କ ସୁରକ୍ଷା" ଉପରେ ଅମ୍ବ୍ରେଲା ଯୋଜନା କାର୍ଯ୍ୟକାରୀ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୧-୨୨ ରୁ ୨୦୨୫-୨୬ ମଧ୍ୟରେ ମୋଟ ୧୧୭୯.୭୨ କୋଟି ଟଙ୍କା ବ୍ୟୟରେ 'ମହିଳାଙ୍କ ସୁରକ୍ଷା' ଉପରେ ଅମ୍ବ୍ରେଲା ଯୋଜନାର କାର୍ଯ୍ୟକାରିତା ଜାରି ରଖିବାକୁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ମୋଟ ୧୧୭୯.୭୨ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟବରାଦ ମଧ୍ୟରୁ ଗୃହ ମନ୍ତ୍ରଣାଳୟ ନିଜସ୍ୱ ବଜେଟରୁ ମୋଟ ୮୮୫.୪୯ କୋଟି ଟଙ୍କା ଏବଂ ନିର୍ଭୟା ପାଣ୍ଠିରୁ ୨୯୪.୨୩ କୋଟି ଟଙ୍କା ପ୍ରଦାନ କରିବ।

କଠୋର ଆଇନ ମାଧ୍ୟମରେ କଠୋର ପ୍ରତିରୋଧ, ପ୍ରଭାବଶାଳୀ ନ୍ୟାୟ ପ୍ରଦାନ, ଠିକ୍ ସମୟରେ ଅଭିଯୋଗର ସମାଧାନ ଏବଂ ପୀଡ଼ିତାଙ୍କୁ ସହଜରେ ଉପଲବ୍ଧ ସଂସ୍ଥାଗତ ସହାୟତା ଢାଞ୍ଚା ଭଳି ଅନେକ କାରକର ପରିଣାମ ହେଉଛି ଏକ ଦେଶରେ ମହିଳାଙ୍କ ସୁରକ୍ଷା । ଭାରତୀୟ ଦଣ୍ଡବିଧି ସଂହିତା, କ୍ରିମିନାଲ ପ୍ରୋସିଜିଓର କୋଡ୍ ଏବଂ ଭାରତୀୟ ପ୍ରମାଣ ଆଇନରେ ସଂଶୋଧନ ମାଧ୍ୟମରେ ମହିଳାଙ୍କ ବିରୋଧରେ ଅପରାଧ ସମ୍ବନ୍ଧୀୟ ମାମଲାରେ କଠୋର ପ୍ରତିକାର ବ୍ୟବସ୍ଥା କରାଯାଇଥିଲା।

narendra_modi

ମହିଳା ସୁରକ୍ଷା ଦିଗରେ ଭାରତ ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମିଳିତ ସହଯୋଗରେ ଅନେକ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକର ଉଦ୍ଦେଶ୍ୟ ମଧ୍ୟରେ ମହିଳାମାନଙ୍କ ବିରୋଧରେ ଅପରାଧ ମାମଲାରେ ଠିକ୍ ସମୟରେ ହସ୍ତକ୍ଷେପ ଏବଂ ତଦନ୍ତ ସୁନିଶ୍ଚିତ କରିବା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଏଭଳି ମାମଲାରେ ତଦନ୍ତ ଏବଂ ଅପରାଧ ନିବାରଣରେ ଅଧିକ ଦକ୍ଷତା ଅନ୍ତର୍ଭୁକ୍ତ ।

ଭାରତ ସରକାର "ମହିଳାଙ୍କ ସୁରକ୍ଷା" ପାଇଁ ଅମ୍ବ୍ରେଲା ଯୋଜନା ଅଧୀନରେ ନିମ୍ନଲିଖିତ ପ୍ରକଳ୍ପଗୁଡିକ ଜାରି ରଖିବାକୁ ପ୍ରସ୍ତାବ ଦେଇଛନ୍ତି:

୧୧୨ ଏମରଜେନ୍ସି ରେସ୍‌ପନ୍‌ସ ସପୋର୍ଟ ସିଷ୍ଟମ (ଇଆରଏସଏସ) ୨.୦ ;
ନ୍ୟାସନାଲ ଫରେନସିକ୍ ଡାଟା ସେଣ୍ଟର ପ୍ରତିଷ୍ଠା ସମେତ କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ପରୀକ୍ଷାଗାରର ଉନ୍ନତିକରଣ;
ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି (ଏଫଏସଏଲ)ରେ ଡିଏନଏ ବିଶ୍ଳେଷଣ, ସାଇବର ଫରେନସିକ୍ କ୍ଷମତାକୁ ସୁଦୃଢ଼ କରିବା;
ମହିଳା ଓ ଶିଶୁଙ୍କ ବିରୋଧରେ ସାଇବର ଅପରାଧ ନିବାରଣ;
ମହିଳା ଓ ଶିଶୁଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାର ପରିଚାଳନା ପାଇଁ ତଦନ୍ତକାରୀ ଓ ପ୍ରସିକ୍ୟୁଟରଙ୍କ ଦକ୍ଷତା ବୃଦ୍ଧି ଓ ପ୍ରଶିକ୍ଷଣ; ଏବଂ
ମହିଳା ହେଲ୍ପ ଡେସ୍କ ଏବଂ ମାନବ ଚାଲାଣ ନିରୋଧୀ ୟୁନିଟ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+