ମୋଦୀ ସରକାରଙ୍କ ବଡ଼ ଘୋଷଣା, ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆଜି ୧୦ ଲକ୍ଷ ୯୧ ହଜାର ୧୪୬ ଜଣ ରେଳ କର୍ମଚାରୀଙ୍କୁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ ବା ପ୍ରଡକଟିଭିଟି ଲିଙ୍କଡ୍ ବୋନସ (ପିଏଲବି) ବାବଦରେ ୧୮୬୫.୮୬ କୋଟି ଟଙ୍କା ପ୍ରଦାନ କରିବା ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ବୋନସ ନନ ଗେଜେଟେଡ ରେଳ କର୍ମଚାରୀଙ୍କୁ ଦିଆଯିବ। ଯେଉଁଥିରେ ଟ୍ରାକ୍ ମେଣ୍ଟେନର, ଲୋକୋମୋଟିଭ ପାଇଲଟ, ଟ୍ରେନ ମ୍ୟାନେଜର (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ସସିଆନ ହେଲପର, ପଏଣ୍ଟ୍ସମ୍ୟାନ ଏବଂ ଅନ୍ୟ ଗ୍ରୁପ୍ ସି କର୍ମଚାରୀ ରହିଛନ୍ତି।

ଏହାଦ୍ବାରା ଭାରତୀୟ ରେଲଓ୍ବେର କାର୍ଯ୍ୟଦକ୍ଷତା ଏବଂ ପ୍ରଦର୍ଶନରେ ସେମାନଙ୍କର ଯୋଗଦାନକୁ ସମ୍ମାନ ମିଳିବ। ଗତ ବର୍ଷ ପ୍ରାୟ ୧୧ ଲକ୍ଷ ରେଲଓ୍ବେ କର୍ମଚାରୀଙ୍କୁ ଏହି ବୋନସ ମିଳିଥିଲା। ଏହାଦ୍ବାରା ସେମାନଙ୍କୁ କେବଳ ଉତ୍ସାହ ବଢ଼ିଥିଲା ତାହା ନୁହେଁ ବରଂ ପାର୍ବଣରେ କିଣାକିଣିକୁ ମଧ୍ୟ ପ୍ରୋତ୍ସାହନ ମିଳିଥିଲା।

ailway employees

ତେବେ ଅର୍ଥନୀତି ବିଶେଷଜ୍ଞଙ୍କ ଅନୁସାରେ ପାର୍ବଣରେ ବୋନସ କେବଳ କର୍ମଚାରୀଙ୍କ ପକେଟ ପର୍ଯ୍ୟନ୍ତ ସୀମିତ ନଥାଏ, ବରଂ ଏହା ଅର୍ଥବ୍ୟବସ୍ଥାରେ ଦୁଇଗୁଣା ପ୍ରଭାବ ପକାଏ। ଅର୍ଥାତ୍ ଏହି ଟଙ୍କା ମାର୍କେଟକୁ ଯାଇଥାଏ। ଯାହାଦ୍ବାରା ଚାହିଦା ବଢ଼ିଥାଏ ଏବଂ ଆର୍ଥିକ ଗତିବିଧି ବଢ଼ିଥାଏ। ଏମିତିରେ ବି ବର୍ତ୍ତମନା ଦରବୃଦ୍ଧି ନିୟନ୍ତ୍ରଣ ରହିଛି। ତେଣୁ ସରକାର ଗ୍ରାହକଙ୍କୁ ଖର୍ଚ୍ଚ କରିବାକୁ ସୁଯୋଗ ଦେବାକୁ ଚାହୁଛନ୍ତି। ତେଣୁ ଏହି ବୋନସ ବର୍ଷର ଶେଷ ତିନି ମାସରେ ଚାହିଦା ବଜାୟ ରଖିବାରେ ସାହାଯ୍ୟ କରିବ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି। ଅବଶ୍ୟ ସରକାର ଏହି ଖର୍ଚ୍ଚ ଏବଂ ଆର୍ଥିକ ସନ୍ତୁଳନକୁ ମଧ୍ୟ ଧ୍ୟାନରେ ରଖିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+