Cabinet Approves One Nation One Election Bill: ଏକ ଦେଶ, ଏକ ନିର୍ବାଚନ ବିଲକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ
Cabinet Approves One Nation One Election Bill: କେନ୍ଦ୍ର କ୍ୟାବିନେଟରୁ ଆସିଲା ଏକ ବଡ଼ ଖବର । ଏକ ଦେଶ, ଏକ ନିର୍ବାଚନ ବିଲକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ବର୍ତ୍ତମାନ ଏହା ସାଂସଦରେ ଉପସ୍ଥାପିତ ହେବାକୁ ଯାଉଛି । ଏହାପୂର୍ବରୁ ଏକ ଦେଶ, ଏକ ନିର୍ବାଚନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିଲା ।

ମାର୍ଚ୍ଚରେ କମିଟି ଏହି ରିପୋର୍ଟ ଦାଖଲ କରିଥିଲା
ଗୋଟିଏ ରାଷ୍ଟ୍ର- ଗୋଟିଏ ନିର୍ବାଚନ ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୨, ୨୦୨୩ ରେ ଏକ କମିଟି ଗଠନ କରାଯାଇଥିଲା।
ଏହି ୱାନ ନେସନ ୱାନ ଇଲେକ୍ସନ କ'ଣ ?
ଲୋକସଭା ସମେତ ଦେଶର ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକକାଳୀନ ହେବା ଉଚିତ ବୋଲି ଏହି ବିଲରେ ଦର୍ଶାଯାଇଛି । ବର୍ତ୍ତମାନ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରତି ୫ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେଉଛି । ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ କାର୍ଯ୍ୟକାଳ ଶେଷ ପରେ ସେହି ଅନୁସାରେ ଅନୁଷ୍ଠିତ ହେଉଛି । ଦେଖିବାକୁ ଗଲେ ଅନେକ ରାଜ୍ୟର ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ଭିନ୍ନ ଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବାବେଳେ କିଛି ରାଜ୍ୟରେ ଗୋଟିଏ ସମୟରେ ଏହି ଦୁଇ ନିର୍ବାଚନ ହୋଇଥାଏ । ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସହ ହୋଇଥାଏ । ଅପରପକ୍ଷେ ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମ ଭଳି ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ହୋଇଥାଏ ।
ଗୋଟିଏ ଦେଶ-ଗୋଟିଏ ନିର୍ବାଚନ (One Nation-One Election) ପାଇଁ ଆଉ ପାଦେ ଆଗେଇଲେ ସରକାର । ଆଜି(ଗୁରୁବାର) କ୍ୟାବିନେଟ୍ ବୈଠକରେ ଏନେଇ ମଞ୍ଜୁରୀ ମିଳିଛି । ଏହି ବିଲ୍ ଖୁବଶୀଘ୍ର ସଂସଦରେ ଉପସ୍ଥାପନ ହେବ ବୋଲି ସୂଚନା ମିଳିଛି ।
ସଂସଦରେ ଉପସ୍ଥାପନ ହୋଇପାରେ:
'ଏହି ୱାନ ନେସନ ୱାନ ଇଲେକ୍ସନ ବିଲ୍' ସଂସଦରେ ଉପସ୍ଥାପନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କ୍ୟାବିନେଟ୍ ମଞ୍ଜୁରୀ ପରେ ବିସ୍ତୃତ ଆଲୋଚନା ପାଇଁ ମିଳିତ ସଂସଦୀୟ କମିଟିକୁ ପଠାଯାଇପାରେ ।












Click it and Unblock the Notifications