୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ୍ ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରିଛି ।

୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟ (ପୂର୍ବ ଟିଡି-୫ ଗ୍ରେଡ୍ ସହ ସମାନ ଟିଡିଏନ୍-୩)ର ଏମଏସପି କ୍ୱିଣ୍ଟାଲ ପିଛା ୫,୩୩୫/- ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚ ତୁଳନାରେ ୬୪.୮ ପ୍ରତିଶତ ଅଧିକ ଲାଭ ସୁନିଶ୍ଚିତ କରିବ। ସର୍ବଭାରତୀୟ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣ ସ୍ତରରେ ଏମଏସପି ଧାର୍ଯ୍ୟ କରିବା ଲାଗି ୨୦୧୮-୧୯ ବଜେଟରେ ସରକାର ଘୋଷଣା କରିଥିଲେ ଏବଂ ଏହି ନୀତି ଅନୁଯାୟୀ ୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟର ଏମଏସପି ଘୋଷଣା କରାଯାଇଛି ।

କୃଷି ଖର୍ଚ୍ଚ ଓ ମୂଲ୍ୟ ଆୟୋଗ (ସିଏସିପି)ର ସୁପାରିସ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବ ଋତୁ ତୁଳନାରେ ୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟର ଏମଏସପି କ୍ୱିଣ୍ଟାଲ ପିଛା ୨୮୫ ଟଙ୍କା ବୃଦ୍ଧି କରାଯାଇଛି । ୨୦୧୪-୧୫ରେ କଞ୍ଚା ଝୋଟର କ୍ୱିଣ୍ଟାଲ ପିଛା ଏମଏସପି ୨,୪୦୦ ଟଙ୍କା ଥିବା ବେଳେ ଗତ ଦଶବର୍ଷ ମଧ୍ୟରେ ଏଥିରେ ୧୨୨ ପ୍ରତିଶତ ବୃଦ୍ଧି ସହିତ ୨୦୨୪-୨୫ରେ ଏହା କ୍ବିଣ୍ଟାଲ ପିଛା ୫,୩୩୫ ଟଙ୍କାରେ ପହଞ୍ଚିଛି।

Cabinet approves

ଚଳିତ ୨୦୨୩-୨୪ ଋତୁରେ କେନ୍ଦ୍ର ସରକାର ୫୨୪.୩୨ କୋଟି ଟଙ୍କା ବ୍ୟୟରେ ରେକର୍ଡ ପରିମାଣର ୬.୨୪ ଲକ୍ଷ ଗଣ୍ଠିରୁ ଅଧିକ କଞ୍ଚା ଝୋଟ କିଣିଛନ୍ତି, ଯାହାଦ୍ୱାରା ପ୍ରାୟ ୧.୬୫ ଲକ୍ଷ କୃଷକ ଉପକୃତ ହୋଇଛନ୍ତି।

ଭାରତୀୟ ଝୋଟ ନିଗମ (ଜେସିଆଇ) ମୂଲ୍ୟ ସହାୟକ ପରିଚାଳନା କାର୍ଯ୍ୟ କରିବା ପାଇଁ କେନ୍ଦ୍ର ସରକାରଙ୍କ ନୋଡାଲ ଏଜେନ୍ସି ଭାବରେ କାର୍ଯ୍ୟ କରିବ ଏବଂ ଯଦି ଏହିପରି ପରିଚାଳନା କାର୍ଯ୍ୟରେ କ୍ଷତି ହୁଏ, ତେବେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବରେ କ୍ଷତି ଭରଣା କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+