Get Updates
Get notified of breaking news, exclusive insights, and must-see stories!

ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ (ଓଏମସି) ଦ୍ୱାରା ଇଥାନଲ କ୍ରୟ ବ୍ୟବସ୍ଥାକୁ କ୍ୟାବିନେଟ ମଞ୍ଜୁରି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଭାରତ ସରକାରଙ୍କ ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ 1 ନଭେମ୍ବର, 2024ରୁ 31 ଅକ୍ଟୋବର, 2025 ପର୍ଯ୍ୟନ୍ତ ଇଥାନଲ ଯୋଗାଣ ବର୍ଷ (ଇଏସୱାଇ) ପାଇଁ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ (ଓଏମସି) ପାଇଁ ଇଥାନଲ କ୍ରୟ ମୂଲ୍ୟ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ତଦନୁଯାୟୀ, ଇଥାନଲ ଯୋଗାଣ ବର୍ଷ 2024-25 (1 ନଭେମ୍ବର 2024ରୁ 31 ଅକ୍ଟୋବର 2025) ପାଇଁ ଇବିପି କାର୍ଯ୍ୟକ୍ରମ ନିମନ୍ତେ ସି ହେଭୀ ମୋଲାସେସ (ସିଏଚଏମ)ରୁ ଉତ୍ପନ୍ନ ଇଥାନଲର ଏକ୍ସ-ମିଲ୍‌ ଦର ଲିଟର ପିଛା 56.58 ଟଙ୍କାରୁ ବୃଦ୍ଧି କରାଯାଇ ଲିଟର ପିଛା 57.97 ଟଙ୍କାରେ ଧାର୍ଯ୍ୟ କରାଯାଇଛି।

ଏହି ଅନୁମୋଦନ କେବଳ ଇଥାନଲ ଯୋଗାଣକାରୀଙ୍କ ପାଇଁ ମୂଲ୍ୟ ସ୍ଥିରତା ଏବଂ ପାରିଶ୍ରମିକ ମୂଲ୍ୟ ପ୍ରଦାନ କରିବାରେ ସରକାରଙ୍କ ନିରନ୍ତର ନୀତିକୁ ସହଜ କରିବ ନାହିଁ, ବରଂ ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ, ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ଏବଂ ପରିବେଶ ପାଇଁ ଲାଭ ଆଣିବାରେ ମଧ୍ୟ ସାହାଯ୍ୟ କରିବ। ଆଖୁ ଚାଷୀମାନଙ୍କ ହିତ ଦୃଷ୍ଟିରୁ, ପୂର୍ବ ଭଳି, ଜିଏସଟି ଏବଂ ପରିବହନ ଶୁଳ୍କ ଅଲଗା ଭାବେ ଦେୟ ହେବ । ସିଏଚଏମ ଇଥାନଲର ମୂଲ୍ୟରେ 3 ପ୍ରତିଶତ ବୃଦ୍ଧି ହେବା ଦ୍ୱାରା ବର୍ଦ୍ଧିତ ମିଶ୍ରଣ ଲକ୍ଷ୍ୟ ପୂରଣ କରିବା ପାଇଁ ଇଥାନଲର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ ହେବ।

Cabinet approves

ସରକାର ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି, ଯେଉଁଥିରେ ଓଏମସିଗୁଡ଼ିକ 20 ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି କରିଥାନ୍ତି। ବିକଳ୍ପ ଏବଂ ପରିବେଶ ଅନୁକୂଳ ଇନ୍ଧନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲାଗି ଏହି କାର୍ଯ୍ୟକ୍ରମ ସାରା ଦେଶରେ କାର୍ଯ୍ୟକାରୀ ହେଉଛି। ଏହି ହସ୍ତକ୍ଷେପର ଉଦ୍ଦେଶ୍ୟ ହେଉଛି ଇନ୍ଧନ ଆବଶ୍ୟକତା ପାଇଁ ଆମଦାନୀ ଉପରେ ନିର୍ଭରଶୀଳତାକୁ କମାଇବା ଏବଂ କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା। ବିଗତ ଦଶ ବର୍ଷ ମଧ୍ୟରେ (31.12.2024 ସୁଦ୍ଧା) ରାଷ୍ଟ୍ରାୟତ୍ତ କ୍ଷେତ୍ରର ତୈଳ ବିପଣନ କମ୍ପାନୀ (ଓଏମସି)ଗୁଡ଼ିକ ଦ୍ୱାରା ପେଟ୍ରୋଲରେ ଇଥାନଲ ମିଶ୍ରଣ ଫଳରେ ପ୍ରାୟ 1,13,007 କୋଟି ଟଙ୍କାରୁ ଅଧିକ ବିଦେଶୀ ମୁଦ୍ରା ସଞ୍ଚୟ ହୋଇଛି। ଏହାଦ୍ୱାରା ପାଖାପାଖି 193 ଲକ୍ଷ ମେଟ୍ରିକ ଟନ୍‌ ଅଶୋଧିତ ତୈଳର ବିକଳ୍ପ ଇନ୍ଧନ ପ୍ରସ୍ତୁତ କରାଯାଇପାରିଛି ।

ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଦ୍ୱାରା ଇଥାନଲ ମିଶ୍ର 2013-14 ଇଏସୱାଇରେ 38 କୋଟି ଲିଟର ଥିଲା(ଇଏସୱାଇ-ବର୍ତ୍ତମାନ ଗୋଟିଏ ବର୍ଷର 1 ନଭେମ୍ବର ଠାରୁ ପରବର୍ତ୍ତୀ ବର୍ଷର 31 ଅକ୍ଟୋବର ପର୍ଯ୍ୟନ୍ତ ପରିଗଣିତ ହେଉଛି)। 2023-24 ଇଏସୱାଇରେ ଇଥାନଲ ମିଶ୍ରଣ 707 କୋଟି ଲିଟରକୁ ବୃଦ୍ଧି ପାଇଥିବାରୁ ହାରାହାରୀ ମିଶ୍ରଣ 14.60%ରେ ପହଞ୍ଚିଛି ।

ସରକାର ପେଟ୍ରୋଲରେ 20 ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟକୁ 2030 ଠାରୁ ଇଏସୱାଇ 2025-26କୁ ଉନ୍ନୀତ କରିଛନ୍ତି । ଭାରତରେ ଇଥାନଲ ମିଶ୍ରଣ ପାଇଁ ରୋଡମ୍ୟାପ୍ 2020-25କୁ ସାର୍ବଜନୀନ କରାଯାଇଛି। ଏହି ଦିଗରେ ଏକ ପଦକ୍ଷେପ ସ୍ୱରୂପ, ଓଏମସିଗୁଡ଼ିକ ଚଳିତ ଇଏସୱାଇ 2024-25 ସମୟରେ 18 ପ୍ରତିଶତ ମିଶ୍ରଣ ହାସଲ କରିବାକୁ ଯୋଜନା କରିଛନ୍ତି। ଅନ୍ୟ ସାମ୍ପ୍ରତିକ ସହାୟକଗୁଡ଼ିକ ମଧ୍ୟରେ ଇଥାନଲ ବିଶୋଧନ କ୍ଷମତାକୁ ବାର୍ଷିକ 1713 କୋଟି ଲିଟରକୁ ବୃଦ୍ଧି କରିବା; ଇଥାନଲ ଅଭାବ ଥିବା ରାଜ୍ୟଗୁଡ଼ିକରେ ଉତ୍ସର୍ଗୀକୃତ ଇଥାନଲ ପ୍ଲାଣ୍ଟ (ଡିଇପି) ସ୍ଥାପନ ପାଇଁ ଦୀର୍ଘକାଳୀନ ଅଫ-ଟେକ୍ ଚୁକ୍ତି (ଏଲଟିଓଏ); ଏକକ ଫିଡ୍ ଡିଷ୍ଟିଲେରୀଗୁଡ଼ିକୁ ଏକାଧିକ ଫିଡରେ ରୂପାନ୍ତରିତ କରିବାକୁ ପ୍ରୋତ୍ସାହିତ କରିବା; ଇ-100 ଏବଂ ଇ-20 ଇନ୍ଧନର ଉପଲବ୍ଧତା; ଫ୍ଲେକ୍ସି ଇନ୍ଧନ ଯାନର ଶୁଭାରମ୍ଭ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହି ସମସ୍ତ ପଦକ୍ଷେପ ବ୍ୟବସାୟିକ ସୁଗମତା ଏବଂ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ସହାୟକ ହେବ।

ଇବିପି କାର୍ଯ୍ୟକ୍ରମ ଅଧୀନରେ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସ୍ପଷ୍ଟତା କାରଣରୁ, ନିଯୁକ୍ତି ସୁଯୋଗ ଏବଂ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଦେଶ ମଧ୍ୟରେ ମୂଲ୍ୟ ବାଣ୍ଟିବା ବ୍ୟତୀତ ଗ୍ରୀନଫିଲ୍ଡ ଏବଂ ବ୍ରାଉନଫିଲ୍ଡ ଡିଷ୍ଟିଲେରୀ, ଷ୍ଟୋରେଜ୍ ଏବଂ ଲଜିଷ୍ଟିକ୍ ସୁବିଧା ନେଟୱାର୍କ ରୂପରେ ସାରା ଦେଶରେ ନିବେଶ ହୋଇଛି। ସମସ୍ତ ଡିଷ୍ଟିଲେରୀ ଏହି ଯୋଜନାର ଲାଭ ଉଠାଇପାରିବେ ଏବଂ ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ଇବିପି କାର୍ଯ୍ୟକ୍ରମ ପାଇଁ ଇଥାନଲ ଯୋଗାଣ କରିବେ ବୋଲି ଆଶା କରାଯାଉଛି। ଏହା ବହୁ ପରିମାଣରେ ବୈଦେଶିକ ମୁଦ୍ରା ସଞ୍ଚୟ, ଅଶୋଧିତ ତୈଳର ବିକଳ୍ପ, ପରିବେଶଗତ ଲାଭ ଏବଂ ଆଖୁ ଚାଷୀମାନଙ୍କୁ ଶୀଘ୍ର ଅର୍ଥ ପରିଶୋଧ କରିବାରେ ସହାୟକ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+