Get Updates
Get notified of breaking news, exclusive insights, and must-see stories!

ସହଜ ହେବ ଯାତ୍ରା,କେଦାରନାଥରେ ଚାଲିବ ରାପଓ୍ୱେ , ପ୍ରୋଜେକ୍ଟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

କେନ୍ଦ୍ର କ୍ୟାବିନେଟ ବୈଠକରେ ଉତ୍ତରାଖଣ୍ଡକୁ ବଡ଼ ଉପହାର ମିଳିଛି । ମୋଦି ସରକାର ଉତ୍ତରାଖଣ୍ଡ କେଦାରନାଥ ଧାମ ପାଇଁ ରୋପ ୱେ ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଛନ୍ତି । ଖବୁଶୀଘ୍ର କେଦାରନାଥକୁ ରୋପ ୱେ ମାଧ୍ୟମରେ ଯାଇପାରିବେ ଶ୍ରଦ୍ଧାଳୁ । ଏହାଛଡା ହେମକୁଣ୍ଡ ରୋପ ୱେ ପ୍ରୋଜେକ୍ଟ ନିର୍ମାଣକୁ ମଞ୍ଜୁରୀ ମଧ୍ୟ ମିଳିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବର୍ତ୍ତମାନ ୮-୯ ଘଣ୍ଟାରେ ସମାପ୍ତ ହେଉଥିବା ଯାତ୍ରା ୩୬ ମିନିଟ୍‌କୁ ହ୍ରାସ ପାଇବ, ଯାହା ଲୋକଙ୍କ ପାଇଁ ବଡ଼ ସୁବିଧା ଦାୟକ ହେବ।

ropeway

ଏଥିରେ ୩୬ ଜଣଙ୍କ ବସିବା କ୍ଷମତା ରହିବ। ଏହା ସ୍ଥାନୀୟ ବ୍ୟବସାୟଗୁଡ଼ିକୁ ଲାଭ ଦେବ ଏବଂ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧିକୁ ବୃଦ୍ଧି କରିବ। ଏହା ସମ୍ପୂର୍ଣ୍ଣ ଛଅ ମାସ ପାଇଁ ତୀର୍ଥଯାତ୍ରୀଙ୍କ ନିରନ୍ତର ପରିବହନ ସୁନିଶ୍ଚିତ କରିବ । କେବଳ ଏତିକି ନୁହେଁ, ଯାତ୍ରା ଋତୁରେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ । ଅନ୍ୟପକ୍ଷେ ଦ୍ୱିତୀୟ ପ୍ରକଳ୍ପ ହେଉଛି ହେମକୁଣ୍ଡରେ ଏକ ରୋପୱେ ପ୍ରକଳ୍ପ ନିର୍ମାଣ କରିବା, ଯାହା ପାଇଁ ୨୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ ମାଧ୍ୟମରେ, ହେମକୁଣ୍ଡ ସାହିବ ଏବଂ ଫୁଲ ଉପତ୍ୟକା ଯାତ୍ରା କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+