Get Updates
Get notified of breaking news, exclusive insights, and must-see stories!

ଲେଟର ଅଫ୍ ଇଣ୍ଟେଣ୍ଟ ସ୍ୱାକ୍ଷର କରି ଭାରତକୁ ଅନ୍ତର୍ଜାତୀୟ ଶକ୍ତି ଦକ୍ଷତା ହବରେ ସାମିଲ ହେବାକୁ କ୍ୟାବିନେଟର ଅନୁମୋଦନ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 'ଲେଟର ଅଫ୍ ଇଣ୍ଟେଣ୍ଟ' ସ୍ୱାକ୍ଷରକୁ ଅନୁମୋଦନ ମିଳିଛି ଯାହା ଦ୍ୱାରା ଭାରତ 'ଶକ୍ତି ଦକ୍ଷତା ହବ୍‍'ରେ ସାମିଲ ହୋଇପାରିବ ।

ବିଶ୍ୱବ୍ୟାପୀ ସହଯୋଗ କୁ ପ୍ରୋତ୍ସାହିତ କରିବା ଏବଂ ଶକ୍ତି ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ସମର୍ପିତ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଅନ୍ତର୍ଜାତୀୟ ଶକ୍ତି ଦକ୍ଷତା ହବ୍ ରେ ଭାରତ ଯୋଗ ଦେବ । ଏହି ପଦକ୍ଷେପ ନିରନ୍ତର ବିକାଶ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୃଢ଼ କରିବା ସହ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରିବାର ପ୍ରୟାସ ସହ ଯୋଡ଼ି ହୋଇଛି।

Cabinet approves

ଶକ୍ତି ଦକ୍ଷତା ସହଯୋଗ ପାଇଁ ଆନ୍ତର୍ଜାତିକ ଭାଗିଦାରୀ (ଆଇପିଇଇସି)ର ଉତ୍ତରାଧିକାରୀ ଭାବରେ ୨୦୨୦ରେ ସ୍ଥାପିତ ଏହି ହବ୍ ସରକାର, ଅନ୍ତର୍ଜାତୀୟ ସଂଗଠନ ଏବଂ ଘରୋଇ କ୍ଷେତ୍ରର ସଂସ୍ଥାଗୁଡ଼ିକୁ ଜ୍ଞାନ, ସର୍ବୋତ୍ତମ ଅଭ୍ୟାସ ଏବଂ ଅଭିନବ ସମାଧାନ ବାଣ୍ଟିବା ପାଇଁ ଏକାଠି କରିଛି। ହବ୍ ରେ ସାମିଲ ହେବା ଦ୍ୱାରା ଭାରତ ବିଶେଷଜ୍ଞ ଏବଂ ସମ୍ବଳର ଏକ ବିଶାଳ ନେଟୱାର୍କରେ ପ୍ରବେଶ କରିବ ଏବଂ ଘରୋଇ ଶକ୍ତି ଦକ୍ଷତା ପଦକ୍ଷେପକୁ ବୃଦ୍ଧି କରିବାରେ ସକ୍ଷମ ହେବ । ଜୁଲାଇ, ୨୦୨୪ ସୁଦ୍ଧା ୧୬ଟି ଦେଶ (ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍‍, ଡେନମାର୍କ, ୟୁରୋପୀୟ କମିଶନ, ଫ୍ରାନ୍ସ, ଜର୍ମାନୀ, ଜାପାନ, କୋରିଆ, ଲକ୍ଜମବର୍ଗ, ରୁଷିଆ, ସାଉଦି ଆରବ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବ୍ରିଟେନ) ହବ୍ ରେ ସାମିଲ ହୋଇଛନ୍ତି।

ହବ୍ ର ସଦସ୍ୟ ଭାବରେ, ଭାରତ ଅନ୍ୟ ସଦସ୍ୟ ରାଷ୍ଟ୍ରମାନଙ୍କ ସହ ସହଯୋଗ, ନିଜର ଦକ୍ଷତା ସେୟାର କରିବା ଏବଂ ଅନ୍ତର୍ଜାତୀୟ ଶ୍ରେଷ୍ଠ ଅଭ୍ୟାସରୁ ଶିଖିବାର ସୁଯୋଗରୁ ଉପକୃତ ହେବ । ଶକ୍ତି-ଦକ୍ଷ ଜ୍ଞାନକୌଶଳ ଏବଂ ଅଭ୍ୟାସକୁ ପ୍ରୋତ୍ସାହିତ କରି ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ପ୍ରୟାସରେ ମଧ୍ୟ ଏହି ଦେଶ ଯୋଗଦାନ କରିବ ।

ବୈଧାନିକ ସଂସ୍ଥା ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (ବିଇଇ)କୁ ଭାରତ ତରଫରୁ ହବ୍ ର କାର୍ଯ୍ୟକାରୀ ଏଜେନ୍ସି ଭାବେ ମନୋନୀତ କରାଯାଇଛି। ହବ୍ ର କାର୍ଯ୍ୟକଳାପରେ ଭାରତର ଅଂଶଗ୍ରହଣକୁ ସୁଗମ କରିବା ଏବଂ ଭାରତର ଅବଦାନକୁ ଏହାର ଜାତୀୟ ଶକ୍ତି ଦକ୍ଷତା ଲକ୍ଷ୍ୟ ସହିତ ଯୋଡ଼ିବା ସୁନିଶ୍ଚିତ କରିବାରେ ବିଇଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ହବ୍ ରେ ସାମିଲ ହୋଇ ଭାରତ ଅଧିକ ସ୍ଥାୟୀ ଭବିଷ୍ୟତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି। ଏହି ବୈଶ୍ୱିକ ପ୍ଲାଟଫର୍ମରେ ଦେଶର ଅଂଶଗ୍ରହଣ କାର୍ବନ ହ୍ରାସ ଅର୍ଥନୀତି ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ଏବଂ ଶକ୍ତି ନିରାପତ୍ତା ରେ ଉନ୍ନତି ଆଣିବାରେ ସହାୟକ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+