ଆଉ ୫ ବର୍ଷ ମାଗଣା ଚାଉଣ, ଉପକୃତ ହେବେ ପ୍ରାୟ ୮୧ କୋଟି ହିତାଧିକାରୀ
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣି ନିଷ୍ପତ୍ତି । ଆଉ ୫ ବର୍ଷ ମାଗଣା ଚାଉଳ ଦେବାକୁ କ୍ୟାବିନେଟର ମଞ୍ଜୁରୀ । ୨୦୨୮ ଡିସେମ୍ବର ଯାଏଁ କେନ୍ଦ୍ର ସରକାଙ୍କ ପକ୍ଷରୁ ମାଗଣା ଚାଉଣ ଯୋଗାଇଦିଆଯିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ବର୍ତ୍ତମାନ ଉପକୃତ ହେବେ ପ୍ରାୟ ୮୧ କୋଟି ହିତାଧିକାରୀ । ଏହି ଯୋଜନା ୨୦୨୪ ଜାନୁଆରୀ ପହିଲାରୁ ଲାଗୁ କରାଯିବ ନେଇ ସୂଚନା ।
ସୂଚନାଥାଉ ଯେ, ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ପରିବାରକୁ ଅନ୍ତ୍ୟୋଦୟ ଯୋଜନାର ଲାଭ ମିଳୁଛି, ସେମାନଙ୍କୁ ୩୫ କିଲୋଗ୍ରାମ ଖାଦ୍ୟଶସ୍ୟ ମିଳିବା ଜାରି ରହିବ ।ତେବେ ଏହି ଯୋଜନାରେ ସରକାର ୧୧.୮୦ ଲକ୍ଷ କୋଟି ଟଙ୍କା ଆଗାମୀ ୫ ବର୍ଷ ଅର୍ଥାତ୍ ୨୦୨୮ ଯାଏଁ ଖର୍ଚ୍ଚ କରିବେ ।

ସେହିପରି ମହିଳାମାନଙ୍କୁ ଡ୍ରୋନ ଉଡାଇବାର ଟ୍ରେନିଂ ଦିଆଯିବ ଯାହା ଫଳରେ ମହିଳଆ ଚାଷୀମାନଙ୍କ ଡ୍ରୋନ୍ ସହାୟତାରେ ଜମିରେ ସହଜରେ ସାରା ପକାଇ ପାରିବେ । ସେହିପରି ଡ୍ରୋନ ଟ୍ରେନିଂ ସରିବା ପରେ ମହିଳାମାନଙ୍କୁ ୧୫ ହଜାର ଓ ସହଯୋଗୀଙ୍କୁ ମାସିକ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ପାଇଁ କେନ୍ଦ୍ର ମୋଟ୍ ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ସୂଚନା ରହିଛି ।












Click it and Unblock the Notifications