୫ବର୍ଷ ବୃଦ୍ଧି ହେଲା ଜାତୀୟ ସ୍ୱାସ୍ଥ୍ୟ ମିଶନ
ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ଆଉ ୫ ବର୍ଷ ପାଇଁ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ୍ ବୁଧବାର ଅନୁମୋଦନ କରିଛି। କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ମିଶନ ଐତିହାସିକ ଲକ୍ଷ୍ୟ ହାସଲ କରିଛି।

ଶ୍ରୀ ଗୋୟଲ କହିଛନ୍ତି ଯେ ୨୦୨୧ରୁ ୨୦୨୨ ମଧ୍ୟରେ ପାଖାପାଖି ୧୨ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଯୋଗ ଦେଇଥିଲେ ଏବଂ ଏହି ମିଶନ ଅଧୀନରେ ଭାରତ କୋଭିଡ-୧୯ ମହାମାରୀ ବିରୋଧରେ ଲଢ଼େଇ କରିଥିଲା।












Click it and Unblock the Notifications