ବହୁବିଷୟକ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଗବେଷଣାରେ ଉନ୍ନତି ପାଇଁ ବଜେଟ୍‌ ସହାୟତାକୁ କ୍ୟାବିନେଟ୍‌ ମଞ୍ଜୁରି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୧୭୫ଟି ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଏବଂ ୧୦୦ ପଲିଟେକ୍ନିକ୍ ସହିତ ୨୭୫ଟି ବୈଷୟିକ ଶିକ୍ଷାନୁଷ୍ଠାନରେ 'ବହୁବିଷୟକ ଶିକ୍ଷା ଏବଂ ଗବେଷଣା ଉନ୍ନତି' (ଏମଇଆରଆଇଟିଇ) ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ମଞ୍ଜୁର କରିଛି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଜାତୀୟ ଶିକ୍ଷା ନୀତି-୨୦୨୦ (ଏନଇପି-୨୦୨୦) ସହିତ ସମନ୍ୱିତ ହସ୍ତକ୍ଷେପ କାର୍ଯ୍ୟକାରୀ କରି ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ବୈଷୟିକ ଶିକ୍ଷାର ଗୁଣବତ୍ତା, ସମାନତା ଏବଂ ପ୍ରଶାସନକୁ ଉନ୍ନତ କରିବା।

ଏହା ଏକ 'କେନ୍ଦ୍ରୀୟ କ୍ଷେତ୍ର ଯୋଜନା' ଏବଂ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ଏଥିପାଇଁ ମୋଟ୍‌ ୪୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଅର୍ଥରାଶି ମଧ୍ୟରୁ ୨୧୦୦ କୋଟି ଟଙ୍କା ବିଶ୍ୱବ୍ୟାଙ୍କ ଋଣ ସହାୟତା ଆକାରରେ ସଂଗ୍ରହ କରାଯିବ।

Cabinet approves budgetary support

ଲାଭ: ଏହି ଯୋଜନା ଅଧୀନରେ ପ୍ରାୟ ୨୭୫ଟି ସରକାରୀ / ସରକାରୀ ଅନୁଦାନ ପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚୟନ ଏବଂ ସମର୍ଥନ କରାଯିବ ବୋଲି ଆଶା କରାଯାଉଛି। ଏଥିରେ ମନୋନୀତ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଏନଆଇଟି), ବିଭିନ୍ନ ରାଜ୍ୟ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ, ପଲିଟେକ୍ନିକ୍ ଏବଂ ମାନ୍ୟତାପ୍ରାପ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ (ଏଟିୟୁ) ଅନ୍ତର୍ଭୁକ୍ତ ହେବ। ଏହା ବ୍ୟତୀତ, ବୈଷୟିକ ଶିକ୍ଷା କ୍ଷେତ୍ର ପରିଚାଳନା କରୁଥିବା ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ବିଭାଗଗୁଡ଼ିକୁ ମଧ୍ୟ ଏମଇଆରଆଇଟିଇ ଯୋଜନା ମାଧ୍ୟମରେ ସହାୟତା ଦିଆଯିବ। ଦେଶର ପ୍ରାୟ ୭.୫ ଲକ୍ଷ ଛାତ୍ରଛାତ୍ରୀ ଏହି ଯୋଜନାରୁ ଉପକୃତ ହେବେ।

ପ୍ରଭାବ, ନିଯୁକ୍ତି ସୃଷ୍ଟି ସମେତ:

ଏହି ଯୋଜନାରୁ ମିଳିବାକୁ ଥିବା ସମ୍ଭାବ୍ୟ ପ୍ରମୁଖ ଫଳାଫଳ/ପରିଣାମଗୁଡ଼ିକ ହେଲା:

ଅଂଶଗ୍ରହଣକାରୀ ରାଜ୍ୟ / କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକରେ ଡିଜିଟାଲକରଣ ରଣନୀତି,
ବୈଷୟିକ ପାଠ୍ୟକ୍ରମ ମଧ୍ୟରେ ବହୁବିଷୟକ କାର୍ଯ୍ୟକ୍ରମ ପାଇଁ ମାର୍ଗଦର୍ଶିକା ବିକାଶ,
ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଏବଂ ନିଯୁକ୍ତି ଦକ୍ଷତା ବୃଦ୍ଧି,
ବିଭିନ୍ନ ଛାତ୍ରଗୋଷ୍ଠୀ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପରିବର୍ତ୍ତନ ହାର ବୃଦ୍ଧି,
ଗବେଷଣା ଏବଂ ନବସୃଜନ ପରିବେଶକୁ ସୁଦୃଢ଼ କରିବା,
ଦୀର୍ଘକାଳୀନ ଲାଭ ପ୍ରଦାନ କରୁଥିବା ଉନ୍ନତ ଗୁଣବତ୍ତା ନିଶ୍ଚିତତା ଏବଂ ପ୍ରଶାସନିକ ବ୍ୟବସ୍ଥା,
ମାନ୍ୟତା ପ୍ରଦାନ ବୃଦ୍ଧି ଏବଂ ଉନ୍ନତ ବୈଷୟିକ ଶିକ୍ଷାନୁଷ୍ଠାନ -ସ୍ତରୀୟ ଗୁଣବତ୍ତା ନିଶ୍ଚିତତା,
ପ୍ରାସଙ୍ଗିକ, ଶ୍ରମ ବଜାର ଆଧାରିତ ପାଠ୍ୟକ୍ରମ ଏବଂ ମିଶ୍ରିତ ପାଠ୍ୟକ୍ରମ ବିକଶିତ ଓ ପ୍ରଚଳନ କରିବା
ଭବିଷ୍ୟତ ଶିକ୍ଷା ପ୍ରଶାସକ ବିଶେଷକରି ମହିଳା ଅଧ୍ୟାପିକାଙ୍କ ବିକାଶ।
କାର୍ଯ୍ୟକାରୀ ରଣନୀତି ଓ ଲକ୍ଷ୍ୟ

ଏହି ଯୋଜନା ସମସ୍ତ ରାଜ୍ୟ/ କେନ୍ଦ୍ରଶାସିତ ପ୍ରଦେଶର ସରକାରୀ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଏବଂ ପଲିଟେକ୍ନିକ୍ ରେ କାର୍ଯ୍ୟକାରୀ କରାଯିବ। ଏହି ହସ୍ତକ୍ଷେପଗୁଡ଼ିକ ଜାତୀୟ ଶିକ୍ଷା ନୀତି-୨୦୨୦ ସହ ସମନ୍ୱିତ। ଏହା ମାଧ୍ୟମରେ ଅଂଶଗ୍ରହଣକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ଗୁଣବତ୍ତା, ସମାନତା ଏବଂ ପ୍ରଶାସନିକ ଦକ୍ଷତାକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାକୁ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବରେ କାର୍ଯ୍ୟକାରୀ କରାଯିବ ଏବଂ ଏଥିରେ ଏକ କେନ୍ଦ୍ରୀୟ ନୋଡାଲ୍ ଏଜେନ୍ସି ମାଧ୍ୟମରେ କେନ୍ଦ୍ର ସରକାରଙ୍କଠାରୁ ଅଂଶଗ୍ରହଣକାରୀ ସଂସ୍ଥାଗୁଡ଼ିକୁ ପାଣ୍ଠି ସ୍ଥାନାନ୍ତର କରିବାର ସୁବିଧା ରହିବ।

ଆଇଆଇଟି ଏବଂ ଆଇଆଇଏମ ପରି ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଏବଂ ଏଆଇସିଟିଇ, ଏନବିଏ ଇତ୍ୟାଦି ଉଚ୍ଚଶିକ୍ଷା କ୍ଷେତ୍ରର ନିୟାମକ ସଂସ୍ଥା ମଧ୍ୟ ଯୋଜନା କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ନିଯୁକ୍ତି ସୃଷ୍ଟି:

ଏହି ପଦକ୍ଷେପ ଏକ ବ୍ୟାପକ, ବହୁମୁଖୀ ପଦ୍ଧତି ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନିଯୁକ୍ତି କ୍ଷମତାକୁ ଉନ୍ନତ କରିବା ପାଇଁ ସେମାନଙ୍କର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥାଏ। ଗୁରୁତ୍ୱପୂର୍ଣ୍ଣ ହସ୍ତକ୍ଷେପ ମଧ୍ୟରେ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ କରିବା, ଶିଳ୍ପ ଆବଶ୍ୟକତା ସହିତ ସମନ୍ୱୟ ରଖିବା ପାଇଁ ପାଠ୍ୟକ୍ରମକୁ ଆଧୁନିକତମ କରିବା, ଅଧ୍ୟାପକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିବା ଏବଂ ଗବେଷଣା ହବ୍ ସ୍ଥାପନ କରିବା ଅନ୍ତର୍ଭୁକ୍ତ। ଏହା ସହିତ, ଇନକ୍ୟୁବେସନ୍ ଓ ନବସୃଜନ କେନ୍ଦ୍ର, ଦକ୍ଷତା ଓ ନିର୍ମାତା ପ୍ରୟୋଗଶାଳା ଏବଂ ଭାଷା କର୍ମଶାଳାକୁ ସହାୟତା ଯୋଗାଇ ଦିଆଯିବ। ଏହି ପଦକ୍ଷେପଗୁଡ଼ିକର ଲକ୍ଷ୍ୟ ହେଉଛି ନୂଆ ସ୍ନାତକଙ୍କ ନିଯୁକ୍ତି କ୍ଷମତାକୁ ବୃଦ୍ଧି କରିବା, ଯାହାଫଳରେ ନିଯୁକ୍ତି ହାର ଅଧିକ ହେବ । ଶେଷରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେକାରୀ ହ୍ରାସ କରିବାରେ ସହାୟତା ମିଳିପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+