Get Updates
Get notified of breaking news, exclusive insights, and must-see stories!

କ୍ୟାବିନେଟ ‘‘ପ୍ରଧାନମନ୍ତ୍ରୀ ଜୀ-ବନ୍‌ ଯୋଜନା’’ରେ ସଂଶୋଧନକୁ କ୍ୟାବିନେଟ୍‌ ମଞ୍ଜୁରି

ଜୈବ ଇନ୍ଧନ କ୍ଷେତ୍ରରେ ସଦ୍ୟତମ ବିକାଶ ସହିତ ତାଳମେଳ ରକ୍ଷା କରିବା ଏବଂ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସଂଶୋଧିତ ପ୍ରଧାନମନ୍ତ୍ରୀ ଜୀ-ବନ ଯୋଜନାକୁ ଅନୁମୋଦନ କରାଯାଇଛି ।

ସଂଶୋଧିତ ପ୍ରସ୍ତାବରେ ଏହି ଯୋଜନାକୁ ୫ ବର୍ଷ ଅର୍ଥାତ୍ ୨୦୨୮-୨୯ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବାର ସମୟସୀମା ବୃଦ୍ଧି କରାଯାଇଛି ଏବଂ ଏହାର ପରିସରରେ ଲିଗ୍ନୋସେଲୁଲୋସିକ୍ ଫିଡଷ୍ଟକ୍ ରୁ ଉତ୍ପାଦିତ ଉନ୍ନତ ଜୈବ ଇନ୍ଧନ ଯଥା କୃଷି ଓ ଜଙ୍ଗଲ ବର୍ଜ୍ୟ, ଶିଳ୍ପ ବର୍ଜ୍ୟବସ୍ତୁ, ସିନ୍ଥେସିସ୍ (ସିନ୍) ଗ୍ୟାସ୍, ଶୈବାଳ ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରାଯାଇଛି। ''ବୋଲ୍ଟ ଅନ୍'' ପ୍ଲାଣ୍ଟ ଏବଂ ''ବ୍ରାଉନଫିଲ୍ଡ ପ୍ରୋଜେକ୍ଟ'' ମଧ୍ୟ ବର୍ତ୍ତମାନ ସେମାନଙ୍କ ଅଭିଜ୍ଞତାକୁ ଉପଯୋଗ କରିବା ଓ ନିଜ ସାମର୍ଥ୍ୟରେ ଉନ୍ନତି ଆଣିବା ପାଇଁ ଯୋଗ୍ୟ ହେବେ ।

ଏକାଧିକ ଜ୍ଞାନକୌଶଳ ଏବଂ ଏକାଧିକ ଫିଡଷ୍ଟକକୁ ପ୍ରୋତ୍ସାହିତ କରିବା ପାଇଁ, ବର୍ତ୍ତମାନ ଏହି କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଓ ଅଭିନବତା ରହିଥିବା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକୁ ପ୍ରାଥମିକତା ଦିଆଯିବ ।

Pradhan Mantri JI-VAN Yojana

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ସେମାନଙ୍କ କୃଷି ବର୍ଜ୍ୟ ସାମଗ୍ରୀ ପାଇଁ ଲାଭଦାୟକ ଆୟ ପ୍ରଦାନ କରିବା, ପରିବେଶ ପ୍ରଦୂଷଣର ମୁକାବିଲା କରିବା, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଭାରତର ଇନ୍ଧନ ସୁରକ୍ଷା ଓ ଆତ୍ମନିର୍ଭରଶୀଳତାରେ ଯୋଗଦାନ କରିବା । ଏହା ଉନ୍ନତ ଜୈବ ଇନ୍ଧନ ପ୍ରଯୁକ୍ତିଗତ ବିକାଶକୁ ସମର୍ଥନ କରିବା ସହିତ ମେକ୍ ଇନ୍ ଇଣ୍ଡିଆ ମିଶନକୁ ପ୍ରୋତ୍ସାହିତ କରେ । ଏହା ୨୦୭୦ ସୁଦ୍ଧା ଶୁଦ୍ଧ-ଶୂନ୍ୟ ଜିଏଚଜି ନିର୍ଗମନ ପାଇଁ ଭାରତର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବାରେ ମଧ୍ୟ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଜୀ-ବନ୍‌ ଯୋଜନା ମାଧ୍ୟମରେ ଉନ୍ନତ ଜୈବ ଇନ୍ଧନକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ଏକ ସ୍ଥାୟୀ ଏବଂ ଆତ୍ମନିର୍ଭରଶୀଳ ଶକ୍ତି କ୍ଷେତ୍ର ପ୍ରତି ରହିଥିବା ସମର୍ପଣକୁ ପ୍ରତିଫଳିତ କରେ ।

ପୃଷ୍ଠଭୂମି :

ସରକାର ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ପ୍ରୋତ୍ସାହିତ କରୁଛନ୍ତି ଯେଉଁଥିରେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ (ଓଏମସି) ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି କରିଥାନ୍ତି । ଇବିପି କାର୍ଯ୍ୟକ୍ରମ ଅଧୀନରେ ଇଥାନଲ ଯୋଗାଣ ବର୍ଷ (ଇଏସୱାଇ) ୨୦୧୩-୧୪ରେ ପେଟ୍ରୋଲ ସହିତ ଇଥାନଲ୍ ର ମିଶ୍ରଣ ୩୮ କୋଟି ଲିଟର ଥିବା ବେଳେ ୨୦୨୨-୨୩ରେ ଏହା ୫୦୦ କୋଟି ଲିଟରରୁ ଅଧିକକୁ ବୃଦ୍ଧି ପାଇଛି। ୨୦୨୪ ଜୁଲାଇ ମାସରେ ମିଶ୍ରଣ ପ୍ରତିଶତ ୧୫.୮୩% ଛୁଇଁଛି ଏବଂ ଚଳିତ ଇଏସୱାଇ ୨୦୨୩-୨୪ରେ ସମୁଦାୟ ମିଶ୍ରଣ ପ୍ରତିଶତ ୧୩% ଅତିକ୍ରମ କରିଛି।

୨୦୨୫-୨୬ ଶେଷ ସୁଦ୍ଧା ୨୦% ମିଶ୍ରଣ ଲକ୍ଷ୍ୟ ହାସଲ କରିବାକୁ ଓଏମସି ଗୁଡ଼ିକ ଲକ୍ଷ୍ୟ ରଖିଛନ୍ତି। ଆକଳନ ମୁତାବକ, ୨୦% ମିଶ୍ରଣ ହାସଲ କରିବା ପାଇଁ ଇଏସୱାଇ ୨୦୨୫-୨୬ ରେ ୧୧୦୦ କୋଟି ଲିଟରରୁ ଅଧିକ ଇଥାନଲ୍ ଆବଶ୍ୟକ ହେବ । ଏଥିପାଇଁ ମିଶ୍ରଣ ଆବଶ୍ୟକତା ପୂରଣ କରିବା ଏବଂ ଅନ୍ୟାନ୍ୟ ବ୍ୟବହାର (ପୋଟେବଲ, ରାସାୟନିକ, ଔଷଧ ଇତ୍ୟାଦି) ପାଇଁ ୧୭୫୦ କୋଟି ଲିଟର ଇଥାନଲ୍ ଡିଷ୍ଟିଲେସନ୍ କ୍ଷମତା ସ୍ଥାପନ କରିବା ଆବଶ୍ୟକ ।

ଇଥାନଲ ମିଶ୍ରଣ ଲକ୍ଷ୍ୟ ପୂରଣ କରିବା ପାଇଁ ସରକାର ଦ୍ୱିତୀୟ ପିଢ଼ିର (୨ଜି) ଇଥାନଲ (ଉନ୍ନତ ଜୈବ ଇନ୍ଧନ) ଭଳି ବିକଳ୍ପ ଉତ୍ସ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଅତ୍ୟାଧୁନିକ ଜୈବ ଇନ୍ଧନ ଜ୍ଞାନକୌଶଳ ବ୍ୟବହାର କରି ଅତିରିକ୍ତ ବାୟୋମାସ୍ /କୃଷି ବର୍ଜ୍ୟବସ୍ତୁ ଯେଉଁଥିରେ ସେଲୁଲୋଜିକ୍ ଏବଂ ଲିଗ୍ନୋସେଲୁଲୋସିକ୍ ଅଂଶ, ଶିଳ୍ପ ବର୍ଜ୍ୟବସ୍ତୁ ଇତ୍ୟାଦି ରହିଛି ତାହାକୁ ଇଥାନଲରେ ରୂପାନ୍ତରିତ କରାଯାଇପାରିବ ।

ଦେଶରେ ଟୁ-ଜି ଇଥାନଲ୍ କ୍ଷମତାକୁ ପ୍ରୋତ୍ସାହିତ କରିବା ଏବଂ ଏହି କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଟୁ-ଜି ବାୟୋ-ଇଥାନଲ ପ୍ରକଳ୍ପକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ୦୭.୦୩.୨୦୧୯ରେ ''ପ୍ରଧାନମନ୍ତ୍ରୀ ଜୀ-ବନ୍ (ଜୟବ ଇନ୍ଧନ- ଭାତବରଣ ଅନୁକୂଳ ନିବାସ) ଯୋଜନା'' ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଏହି ଯୋଜନା ଅଧୀନରେ ହରିୟାଣାର ପାନିପତ ଠାରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଦ୍ୱାରା ସ୍ଥାପିତ ପ୍ରଥମ ଟୁ-ଜି ଇଥାନଲ ପ୍ରକଳ୍ପକୁ ମାନ୍ୟବର ପ୍ରଧାନମନ୍ତ୍ରୀ ୧୦ ଅଗଷ୍ଟ ୨୦୨୨ ରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ବିପିସିଏଲ୍, ଏଚପିସିଏଲ୍ ଓ ଏନ୍ ଆର୍ ଏଲ୍ ପକ୍ଷରୁ ବରଗଡ଼ (ଓଡ଼ିଶା), ଭଟିଣ୍ଡା (ପଞ୍ଜାବ) ଏବଂ ନୁମାଲିଗଡ଼ (ଆସାମ)ରେ ପ୍ରତିଷ୍ଠା କରାଯାଉଥିବା ଅନ୍ୟ ଟୁ-ଜି ବାଣିଜ୍ୟିକ ପ୍ରକଳ୍ପ ଗୁଡ଼ିକ ମଧ୍ୟ ଶେଷ ହେବାକୁ ଯାଉଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+