ଉଜ୍ଜଳା ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୭୫ ଲକ୍ଷରୁ ଅଧିକ ଏଲପିଜି କନେକସନ୍ ଦିଆଯିବ ମାଗଣାରେ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କରିଛନ୍ତି ଏକ ବଡ଼ ଘୋଷଣା । ଆଜି କ୍ୟାବିନେଟ ବୈଠକରେ ଦୁଇଟି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ନିଷ୍ପତ୍ତି ହେଉଛି ଆସନ୍ତା 3 ବର୍ଷ ମଧ୍ୟରେ ଅର୍ଥାତ୍ 2026 ପର୍ଯ୍ୟନ୍ତ ଉଜ୍ଜଳା ଯୋଜନା ଅନୁଯାୟୀ 75 ଲକ୍ଷରୁ ଅଧିକ LPG ସଂଯୋଗ ମାଗଣାରେ ଦିଆଯିବ । ଏଥିରେ ରିଲିଫ୍ ମାଗଣା ରହିବା ସହ ଏହା ଖର୍ଚ୍ଚ ତୈଳ କମ୍ପାନୀ ବହନ କରିବ ।

ଦ୍ୱିତୀୟଟି ହେଉଛି 7,210 କୋଟି ଟଙ୍କା ମୂଲ୍ୟର ଇ-କୋର୍ଟ ମିଶନ୍ ମୋଡ୍ ପ୍ରୋଜେକ୍ଟ ପର୍ଯ୍ୟାୟ -3 କୁ ଆଜି ଅନୁମୋଦନ କରାଯାଇଛି । ଏହାର ଲକ୍ଷ୍ୟ ହେଉଛି ଅନଲାଇନ୍ ଏବଂ କାଗଜହୀନ କୋର୍ଟ ଗଠନ କରାଯିବ । ଯାହା ଦ୍ୱାରା ଅନେକ ଲୋକ ଉପକୃତ ହେବେ । ଏହା ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବ। କାଗଜହୀନ ଅଦାଲତଗୁଡିକ ପାଇଁ, ଇ-ଫାଇଲ୍ ଏବଂ ଇ-ପେମେଣ୍ଟ ସିଷ୍ଟମଗୁଡିକ ସର୍ବଭାରତୀୟ ହେବ । ଡାଟା ଷ୍ଟୋର୍ କରିବା ପାଇଁ କ୍ଲାଉଡ୍ ଷ୍ଟୋରେଜ୍ ସୃଷ୍ଟି ହେବ । ସମସ୍ତ କୋର୍ଟ କମ୍ପ୍ଲେକ୍ସରେ 4,400 ଇ-ସେବା କେନ୍ଦ୍ର ସ୍ଥାପନ କରାଯିବ ।

Ujjwala Scheme

ଉଜ୍ଜଳା ଯୋଜନା ଅଧୀନରେ ଅତିରିକ୍ତ 75 ଲକ୍ଷ ଏଲପିଜି ସଂଯୋଗ ଯୋଗାଇ ଦିଆଯିବା ସହିତ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ମୋଟ ହିତାଧିକାରୀଙ୍କ ସଂଖ୍ୟା 10.35 କୋଟିରେ ପହଞ୍ଚିବ। ଦାରିଦ୍ର ସୀମାରେଖା ତଳେ ଥିବା ପରିବାରର ମହିଳାମାନଙ୍କୁ ଏଲପିଜି ସଂଯୋଗ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଉଜ୍ଜଳା ଯୋଜନା ମେ 2016 ରେ ଆରମ୍ଭ କରାଯାଇଥିଲା ।

ଏହାକ ସହ କେନ୍ଦ୍ରମନ୍ତ୍ରୀ ସେପ୍ଟେମ୍ବର 9 ଏବଂ 10ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି -10 ଶିଖର ସମ୍ମିଳନୀର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଦୁଇଚି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+