ମେଘାଳୟରୁ ଆସାମ ହେବ ୪ ଲେନ୍ ରାସ୍ତା,୩ ବର୍ଷରେ ସରିବ ରାସ୍ତାକାମ,ଖର୍ଚ୍ଚ ହେବ ୨୨,୮୬୪ କୋଟି
ବସିଥିଲା କେନ୍ଦ୍ର କ୍ୟାବିନେଟ୍ ବୈଠକ। ଆଉ ବୈଠକ ସରିବା ପରେ ସାମ୍ୱାଦିକ ସମ୍ମିଳନୀ କରି ବଡ଼ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କେନ୍ଦ୍ର ନେଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ସିଲଂରୁ ସିଲଚର କରିଡରକୁ ମିଳିଲା ମଞ୍ଜୁରି। ଅର୍ଥାତ୍ କ୍ୟାବିନେଟରେ ନର୍ଥ ଇଷ୍ଟ କରିଡର ଉପରେ ନିଷ୍ପତ୍ତି। କ୍ୟାବିନେଟ୍ ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ସୂଚନା। ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମେଘାଳୟରୁ ଆସାମ ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ।

ଏଥିପାଇଁ ବ୍ୟବରାଦ ହୋଇଛି ୨୨ ହଜାର ୮୬୪ କୋଟି। ୧୬୬.୮ କିମି ଫୋର୍ ଲେନ୍ ହାଇଓ୍ୱେ ନିର୍ମାଣ ହେବ। ମେଘାଳୟରୁ ଆସାମ ଯାଏଁ ନୂଆ ହାଇଓ୍ୱେ ହେବ। ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମେଘାଳୟରୁ ଆସାମ ୪ ଲେନ୍ ରାସ୍ତା ହେବ। ଆଉ ଏହି କାମ ୩ ବର୍ଷ ରେ ସରିବ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ।












Click it and Unblock the Notifications