୪୦୦ ଟଙ୍କା ପାଇଁ କ୍ୟାବ ଡ୍ରାଇଭରଙ୍କୁ ଛୁରୀ ଭୁସିଦେଲା ନାବାଳକ
ନୂଆଦିଲ୍ଲୀ : ଭଡା ଟଙ୍କା ପାଇଁ ରକ୍ତାକ୍ତ ସଂଘର୍ଷ । ୪ଶହ ଟଙ୍କା ଦେବାକୁ କହିଲା କ୍ୟାବ ଡ୍ରାଇଭର । ମାତ୍ର ୪୦୦ ଟଙ୍କା ପାଇଁ ହେଲା ପାଟିତୁଣ୍ଡ । ଜୋରଦାର ଝଗଡ଼ା ହେବା ପରେ ଡ୍ରାଇଭରଙ୍କୁ ଛୁରୀ ଭୁଷି ଦେଲା ନାବାଳକ। ଫଳରେ କ୍ୟାବ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀରେ , ପୁଲିସ କହିବା ମୁତାବକ, ମୃତକ କ୍ୟାବ୍ ଡ୍ରାଇଭର ଜଣକ ହେଲେ ସନ୍ଦୀପ। ସେ ରାପିଡୋ ପାଇଁ ଟ୍ୟାକ୍ସି ଚଳାଉଥିଲେ। ତେବେ ୧୮ ତାରିଖ ବିଳମ୍ବିତ ରାତିରେ ସନ୍ଦୀପ ସୋନିଆ ବିହାର ପୁସ୍ତା ନିକଟରେ ରାସ୍ତା କଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ମୃତ୍ୟୁ ପୂର୍ବରୁ ସନ୍ଦୀପ ପୋଲିସକୁ କହିଥିଲେ ନୋଏଡାରୁ ୩ ଜଣ ଯାତ୍ରୀ ଦୀପାଂଶୁ ରାହୁଲ ଓ ମୟଙ୍କଙ୍କୁ କାର୍ରେ ଭଡାରେ ଆଣିଥିଲେ । ସେମାନେ ସୋନିଆ ବିହାରରେ ଓହ୍ଲେଇବାର ଥିଲା । ଭଡା ବାବଦକୁ ୪ଶହ ଟଙ୍କା ହୋଇଥିଲା । ଆଉ ସେ ୩ ଜଣଙ୍କୁ ଭଡା ଟଙ୍କା ବାବଦକୁ ୪ଶହ ଟଙ୍କା ମାଗିଥିଲେ । ହେଲେ ସେମାନେ ଦେବାକୁ ରାଜି ହୋଇନଥିଲେ ।

ଟଙ୍କା ଦେବା ବଦଳରେ ମାଡ ମାରିବା ଆରମ୍ଭ କରିଥିଲେ ।ଏତିକିବେଳେ ୩ ଯାତ୍ରୀଙ୍କ ସହ ଅନ୍ୟ ଜଣେ ସାଙ୍ଗ ନିଖିଲ ଓ ଜଣେ ନାବାଳକ ଆସି କ୍ୟାବ ଡ୍ରାଇଭର ସନ୍ଦୀପଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଆଉ ରକ୍ତାକ୍ତ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲେ । ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏବେବି ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ।












Click it and Unblock the Notifications