ଦେଶରେ ଲାଗୁ ହେବ CAA, ଶାହାଙ୍କ କାର ଦେଲା ସୂଚନା !

ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ପୁଣି ଥରେ CAA ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ ଗୁରୁବାର ରାତିରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପି ନିର୍ବାଚନ ସମିତି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ । ଉଭୟଙ୍କ କାର୍‌ର ନମ୍ବର ପ୍ଲେଟରେ CAA ଲେଖାଥିବା ନେଇ ଦେଖାଯିବା ପରେ ଏପରି ଚର୍ଚ୍ଚା ଜୋର ଧରିଛି। ତେଣୁ ସରକାର ନିର୍ବାଚନ ପୂର୍ବରୁ ଏହି ନିୟମ ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଥିବା ଅନୁମାନ କରାଯାଉଛି ।

AMIT SHAH

ସରକାରଙ୍କ ପରବର୍ତ୍ତୀ ପ୍ରାଥମିକତା ହେଉଛି CAA ବୋଲି ବିଶ୍ୱାସ କରାଯାଏ । କାରଣ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କାରରେ 'DL1 CAA 4421' ନମ୍ବର ପ୍ଲେଟର ଚିତ୍ର ଆସିବା ପରେ କଳ୍ପନାଜଳ୍ପନାର ଆରମ୍ଭ ହୋଇଛି। ଏହି ସଂଖ୍ୟାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ କାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦାବି ହେଉଛି ଯେ 2024 ନିର୍ବାଚନ ଘୋଷଣା ପୂର୍ବରୁ ଅମିତ ଶାହା ଦେଶରେ CAA ଲାଗୁ କରିବାକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାର ସମୟ ପାଖେଇ ଆସିଛି।

ଖୁବ୍‌ ଶୀଘ୍ର ଦେଶରେ CAA ଲାଗୁ ହୋଇ ପାରେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ମୁସଲିମ୍‌ ଧର୍ମଗୁରୁ ଓ ସଙ୍ଗଠନ ତରଫରୁ ଆଲର୍ଟ ରହିବାକୁ ନିଜ ସମ୍ପ୍ରଦାୟ ଲୋକଙ୍କୁ କୁହାଯାଇଛି। CAA ଭେଦଭାବ ସୃଷ୍ଟି କରୁଥିବା ଆଇନ ବୋଲି ପୂର୍ବରୁ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ' ବୋର୍ଡ କହି ସାରିଛି। ମାତ୍ର ଏହି ନିୟମକୁ ଅଲ ଇଣ୍ଡିଆ ମୁସଲିମ ଜମାନ ନାମକ ସଙ୍ଗଠନ ସମର୍ଥନ କରିଛି। ମୁସଲିମ୍‌ ଧର୍ମବାଲମ୍ବୀ ଏଥିପାଇଁ ଅଧିକ ବ୍ୟସ୍ତବିବ୍ରତ ହେବା ଉଚିତ ନୁହେଁ ବୋଲି ସଙ୍ଗଠନର ଅଧ୍ୟକ୍ଷ ଉପଦେଶ ଦେଇଛନ୍ତି।

କିଛି ଦିନ ପୂର୍ବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ, ଏହି ଆଇନ ୨୦୧୯ରୁ ବଳବତ୍ତର ରହିଛି। ଏ ସମ୍ପର୍କରେ କେବଳ ନିୟମ ଜାରି କରାଯିବ। ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରାଯାଇ ପାରେ ବୋଲି ବି ସେ ଦୋହରାଇଥଇଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+