ମାର୍ଚ୍ଚ ମାସରୁ ଦେଶରେ ଲାଗୁ ହେବ CAA !
ନୂଆଦିଲ୍ଲୀ: ମାର୍ଚ୍ଚ ମାସରୁ ଦେଶରେ ଲାଗୁ ହୋଇପାରେ ନାଗରିକ ସଂଶୋଧନ ଆଇନ୍ ବା CAA । ୪ ବର୍ଷ ପୂର୍ବରୁ ଲୋକସଭା ଓ ରାଜ୍ୟ ସଭାରେ ପାରିତ ହେବା ପରେ ଏହା ଆଇନରେ ପରିଣତ ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ଏହି ନିୟମ ପ୍ରଣୟନ କରାଯାଇଥିଲା । ହେଲେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ସିଏଏରେ କ'ଣ ସବୁ ନିୟମ ରହିବ, ତା'ର ନିଷ୍ପତ୍ତି ନେଇ ସାରିଛନ୍ତି ।
ସୂଚନା ଅନୁସାରେ, ଏନେଇ ଏକ ସ୍ୱତନ୍ତ୍ର ପୋର୍ଟାଲ ମଧ୍ୟ ପ୍ରସ୍ତୁତ ହୋଇସାରିଛି ଏବଂ ଅନଲାଇନ୍ ଏହି ପ୍ରକ୍ରିୟା କାର୍ଯ୍ୟ କରିବ । ଆବେଦକଙ୍କଠାରୁ କୌଣସି ପ୍ରମାଣପତ୍ର ଦେବା ପାଇଁ ପଡିବ ନାହିଁ । ସିଏଏ ଆଇନ ପାକିସ୍ତାନ, ଆଫଗାନିସ୍ଥାନ ଏବଂ ବାଂଲାଦେଶର ସଂଖ୍ଯାଲଘୁ ଅନୁପ୍ରବେଶକାରୀ ଯେଉଁମାନେ ଦୀର୍ଘ ସମୟ ଧରି ଭାରତରେ ବେଆଇନ ଭାବେ ରହି ଆସୁଛନ୍ତି ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାକୁ ସୁଯୋଗ ପ୍ରଦାନ କରାଯିବ ।

ଏହି ଆଇନ ଦ୍ବାରା କୌଣସି ଭାରତୀୟ ଯେକୌଣସି ଧର୍ମର ହୁଅନ୍ତୁ ନା କାହିଁକି ତାଙ୍କର ନାଗରିକତା ରଦ୍ଦ ହେବ ନାହିଁ । ଏହି ଆଇନ ଜରିଆରେ ଭାରତୀୟ ନାଗରିକତା ହାସଲ କରିବାର ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବା ନେଇ ସୂଚନା ରହିଛି ।












Click it and Unblock the Notifications