ସିଏଏକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୪ ସୁଦ୍ଧା ଭାରତ ଆସିଥିବା ଅଣ ମୁସଲିମଙ୍କୁ .....
ନାଗରିକତା ସଂଶୋଧନ ଆଇନ ବା ସିସିଏରେ ବଡ଼ ପରିବର୍ତ୍ତନ ହୋଇଛି। ସିଏଏର ଶେଷ ତାରିଖକୁ ୧୦ ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏଣିକି ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଭାରତ ଚାଲି ଆସିଥିବା ଅଣ ମୁସଲିମଙ୍କୁ ଦେଶ ଛାଡ଼ିବାର କୌଣସି ଆବଶ୍ୟକତା ନାହିଁ। ଅଣ ମୁସଲିମମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର କଟ ଅଫ ତାରିଖରେ ବଡ଼ ପରିବର୍ତ୍ତନ କରିଛନ୍ତି।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଭାରତ ଚାଲି ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧାଧର୍ମାବଲମ୍ବୀ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନେ ନୂଆଦିଲ୍ଲୀରେ ରହିପାରିବେ। ସେମାନଙ୍କ ପାଖରେ ପାସପୋର୍ଟ କିମ୍ବା କୌଣସି ବୈଧ ଯାତ୍ରା ଦସ୍ତାବିଜ ନଥିଲେ ମଧ୍ୟ ସେମାନେ ଭାରତରେ ରହିପାରିବେ ବୋଲି ମନ୍ତ୍ରଣାଳୟ କହିଛି।

ନେପାଳ ଏବଂ ଭୁଟାନର ନାଗରିକଙ୍କୁ ଭାରତରେ ରହିବା ପାଇଁ ପାସପୋର୍ଟ ଏବଂ ଭିସାର ଆବଶ୍ୟକତା ପଡ଼ିବ ନାହିଁ । ଏହି ବ୍ୟବସ୍ଥା ପୂର୍ବ ପରି ଜାରି ରହିବ । ତଥାପି, ଯଦି ଜଣେ ନେପାଳୀ କିମ୍ବା ଭୁଟାନ ନାଗରିକ ଚୀନ୍, ମାକାଉ, ହଂକଂ କିମ୍ବା ପାକିସ୍ତାନରୁ ଭାରତ ଆସନ୍ତି, ତେବେ ତାଙ୍କ ପାଇଁ ବୈଧ ପାସପୋର୍ଟ ରଖିବା ବାଧ୍ୟତାମୂଳକ ହେବ ।
ସେହିପରି, ଭାରତୀୟ ନାଗରିକମାନଙ୍କୁ ମଧ୍ୟ ନେପାଳ କିମ୍ବା ଭୁଟାନର ସୀମା ଦେଇ ଭାରତକୁ ଯାତ୍ରା ପାଇଁ ପାସପୋର୍ଟ କିମ୍ବା ଭିସାର ଆବଶ୍ୟକତା ନାହିଁ । କିନ୍ତୁ ଯଦି ସେମାନେ ନେପାଳ କିମ୍ବା ଭୁଟାନ ବ୍ୟତୀତ ଅନ୍ୟ କୌଣସି ଦେଶ ଯେପରି ଚୀନ୍, ମାକାଉ, ହଂକଂ ଏବଂ ପାକିସ୍ତାନରୁ ଭାରତକୁ ଫେରିଥାନ୍ତି, ତେବେ ସେମାନଙ୍କୁ ଏକ ବୈଧ ପାସପୋର୍ଟ ଦେଖାଇବାକୁ ପଡିବ । ସେହି ସମୟରେ, ଭାରତୀୟ ସେନା, ନୌସେନା ଏବଂ ବାୟୁସେନାର କର୍ମଚାରୀ, ଯେଉଁମାନେ ଡ୍ୟୁଟି ସମୟରେ ଭାରତ ଯିବା ଆସିବା କରୁଛନ୍ତି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ପାସପୋର୍ଟ କିମ୍ବା ଭିସାର ଆବଶ୍ୟକତା ପଡ଼ିବ ନାହିଁ ।












Click it and Unblock the Notifications