Bypoll Results 2023: ତ୍ରିପୁରାରେ ବିଜେପିର ବିପୁଳ ବିଜୟ
Tripura Bypoll Results 2023 Winners List: ଆସନ୍ତା ବର୍ଷର ସାଧାରଣ ନିର୍ବାଚନ ପୂର୍ବରୁ 7ଟି ଆସନରେ ଉପ-ନିର୍ବାଚନକୁ ଏକ ପ୍ରତିଯୋଗିତା ବିବେଚନା କରାଯାଉଛି । ଏହି ଆସନଗୁଡିକରେ ବିରୋଧୀଙ୍କ ମେଣ୍ଟ 'ଇଣ୍ତିଆ' ଏକାଠି ହୋଇ ଶାସକ ଦଳ ଏନଡିଏକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରିଥିଲା। ହେଲେ ଏପର୍ଯ୍ୟନ୍ତ ଫଳାଫଳ ଅନୁଯାୟୀ ଏନଡିଏ ଆଗରେ ରହିଛି ।
ଉପ-ନିର୍ବାଚନରେ ମୋଟ 7ଟି ଆସନ ମଧ୍ୟରୁ ବିଜେପି ନେତୃତ୍ୱାଧୀନ ଏନଡିଏ ଦୁଇଟି ଆସନ ଜିତିଛି। ତ୍ରିପୁରାର ଧାନପୁର ଏବଂ ବକ୍ସନଗର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସିପିଏମ୍ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ଧାନପୁର ଆସନରେ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ପ୍ରାୟ 19 ହଜାର ରହିଛି । ଆପଣଙ୍କୁ କହିରଖୁଛୁ ଯେ,ଏହି ଦୁଇ ଆସନରୁ କଂଗ୍ରେସର କୌଣସି ପାର୍ଥୀ ପ୍ରତିଦ୍ୱନ୍ଦିତା କରୁ ନଥିଲେ । ହେଲ କଂଗ୍ରେସ ସିପିଏମକୁ ସମର୍ଥନ କରୁଥିଲା ।

ଅନ୍ୟପକ୍ଷରେ ତ୍ରିପୁରାରେ ଧାନପୁର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ବିନ୍ଦୁ ଦେବନାଥ ଉପ-ନିର୍ବାଚନରେ ବିଜୟୀ ହୋଇଛନ୍ତି। ଯେଉଁଠାରେ ସିପିଏମ୍ ର କୌଶିକ ଚନ୍ଦା ଏଠାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବିଜେପିର ବିନ୍ଦୁ ଦେବନାଥ 70.35% ଭୋଟ୍ ପାଇ ମୋଟ 30017 ଭୋଟ୍ ପାଇଥିବାବେଳେ ସିପିଏମ୍ ର କୌଶିକ ଚନ୍ଦା 26.12% ଭୋଟ୍ ସହିତ 11146 ଭୋଟ୍ ପାଇଛନ୍ତି। ସିପିଏମ୍ ପ୍ରାର୍ଥୀଙ୍କ ଅପେକ୍ଷା ବିଜେପି ପ୍ରାର୍ଥୀ ମୋଟ 18871 ଭୋଟ୍ ପାଇଛନ୍ତି ।












Click it and Unblock the Notifications