ପୁଣି ବଢିଲା ବାୟଜୁସ୍ କର୍ମଚାରୀଙ୍କ ଚିନ୍ତା, ହୋଇପାରେ ଏତିକି ପ୍ରତିଶତ କର୍ମଚାରୀଙ୍କ ଛଟେଇ!
Layoffs In Byju's: ଭାରତର ସର୍ବବୃହତ ଷ୍ଟାର୍ଟଅପ୍ କମ୍ପାନୀ Byju'sରୁ ୫ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନ କରାଯାଉଛି । ଏହି ପଦକ୍ଷେପ ଏପରି ଏକ ସମୟରେ ନିଆଯାଉଛି ଯେତେବେଳେ କମ୍ପାନୀ ଅର୍ଜୁନ ମୋହନଙ୍କୁ ନୂତନ ସିଇଓ ଭାବରେ ନିଯୁକ୍ତ କରିଛି। ଏହି ରିଷ୍ଟକଚରିଂ କରିବା ପାଇଁ ଖର୍ଚ୍ଚ କାଟ୍ କରିବାକୁ ଯୋଜନା କରାଯାଉଛି । ଏହାର ପ୍ରଭାବ ବରିଷ୍ଠ ଅଧିକାରୀଙ୍କ ଉପରେ ଅଧିକ ପଡିବ । ତେବେ କମ୍ପାନୀର ଖର୍ଚ୍ଚ ହ୍ରାସ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଉଛି ।
ବିଶେଶ ସୂତ୍ରର ସୂଚନା ଅନୁସାରେ, କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଏବଂ ଫରଫମାନ୍ସ ଦେଖି ଏହି ଛଟେଇ କରାଯିବ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ତାଙ୍କ ଦଳର କିଛି କର୍ମଚାରୀ ପ୍ରଭାବିତ ହେବେ । ହେଲେ ଏପର୍ଯ୍ୟନ୍ତ କାହାକୁ ଆନୁଷ୍ଠାନିକ ଭାବେ କଢାଯାଇ ନାହିଁ ।
ଛଟେଇ ପ୍ରକ୍ରିୟା ଏହି ସପ୍ତାହ ଶେଷରେ କିମ୍ବା ଆସନ୍ତା ସପ୍ତାହରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ଅଧିକାରୀ କହିଛନ୍ତି ଯେ ଆର୍ଥିକ ସମସ୍ୟା ହେତୁ ଏହି ଛଟେଇ କାର୍ଯ୍ୟ କରାଯାଉଛି ଏବଂ ଏହା ଅକ୍ଟୋବର ଶେଷ ସୁଦ୍ଧା ଶେଷ ହେବ।

ସୂଚନାଥାଉ ଯେ, ଗତ ସପ୍ତାହରେ ଅର୍ଜୁନ ମୋହନଙ୍କୁ Byju'sର ଇଣ୍ତିଆର ମୁଖ୍ୟ ଭାବରେ ଚୟନ କରାଯାଇଛି । ଏବେ ସେ କମ୍ପାନୀର ମ୍ୟାନେଜମେଣ୍ଟକୁ ତାଙ୍କର ଏହି ପ୍ଲାନ୍ ବିଷୟରେ ସୂଚନା ଦେଇସାରିଛନ୍ତି । ତେବେ ବେଙ୍ଗାଲୁରୁ ସ୍ଥିତ Byju'sର କର୍ମଚାରୀଙ୍କ ସଂଖ୍ୟା ୩୫ ହଜାର । ଏହା ପୂର୍ବରୁ ୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ନେଇ ସୂଚନା ରହିଛି ।
ସୂଚନା ଅନୁସାରେ Byju's ଏହାର ଅନଲାଇନ୍ ଏବଂ ଅଫଲାଇନ୍ କର୍ମଚାରୀ ତଥା ଏହାର ଆଞ୍ଚଳିକ ବିକ୍ରୟ କାର୍ଯ୍ୟାଳୟ କର୍ମଚାରୀଙ୍କ ମଧ୍ୟରେ ଓଭରଲେପ୍ ହ୍ରାସ କରୁଛି। 19 ଟି ଆଞ୍ଚଳିକ କାର୍ଯ୍ୟାଳୟ ମଧ୍ୟରୁ କମ୍ପାନୀର ବର୍ତ୍ତମାନ କେବଳ ଚାରି-ପାଞ୍ଚଟି ସ୍ଥାନରେ କାର୍ଯ୍ୟାଳୟ ରଖିବା ନେଇ ସୂଚନା ରହିଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଗତ ବର୍ଷ ଆମେରିକୀୟ ନିବେଶକ Byju's କମ୍ପାନୀରେ ନିଜର ନିବେଶ କମ୍ କରିଦେଇଥିଲା । ପ୍ରାୟ ୫୦ ପ୍ରତିଶତ ନିବେଶ ପ୍ରତ୍ୟାହାର କରି ନିଆଯାଇଥିଲା । ଫଳରେ କମ୍ପାନୀର ମୂଲ୍ୟ ୧୧.୫ ଅରବ ଡଲାଲ ହୋଇଯାଇଥିଲା । ଜୁନ୍ ମାସ ବେଳକୁ କମ୍ପାନୀର ମୋଟ୍ ମୂଲ୍ୟ ୨୨ ଅବର ଡଲାର ଥିଲା । ତେବେ ଏକ ବର୍ଷ ମଧ୍ୟରେ କମ୍ପାନୀର ମୂଲ୍ୟ ଅଧା ହୋଇଯାଇଥିଲା ।












Click it and Unblock the Notifications