ଆଜି ଦେଶରେ ୩ଟି ଲୋକସଭା ଓ ୩୦ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଖାଲି ପଡିଥିବା 30ଟି ବିଧାନ ସଭା ଏବଂ 3ଟି ଲୋକ ସଭା ଆସନ ପାଇଁ ଆଜି ଅନୁଷ୍ଠିତ ହେଉଛି ଉପନିର୍ବାଚନ। ଏଥି ମଧ୍ୟରେ ରହିଛି ମଧ୍ୟପ୍ରଦେଶର ଖଣ୍ଡଓ୍ୱା, ହିମାଚଳପ୍ରଦେଶର ମଣ୍ଡି ଲୋକସଭା ସିଟ ପାଇଁ ମତଦାନ ଚାଲିଛି । ସେହିପରି ଦାଦ୍ରା ନଗର ହାଓ୍ୱଲି ଲୋକସଭା ଆସନରେ ଉପନିର୍ବାଚନ ପାଇଁ ଭୋଟିଂ ଚାଲିଛି ।

By poll

ସେହିପିର ୧୩ ରାଜ୍ୟର ୩୦ଟି ବିଧାନସଭା ଆସନରେ ବି ଚାଲିଛି ଉପନିର୍ବାଚନ । ଏଥିରେ ଆସାମର ୫, ପଶ୍ଚିମବଙ୍ଗରେ ୪, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମେଘାଳୟର ୩ଟି ଲେଖାଏ ଆସନ ରହିଛି । ସେହିପରି ବିହାର ଓ କର୍ଣ୍ଣାଟକରେ ୨ଟି ଲେଖାଏ ବିଧାନସଭା ସିଟରେ ଉପନିର୍ବାଚନ ଚାଲିଛି ।

ଆନ୍ଧ୍ରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମିଜୋରାମ, ନାଗାଲାଣ୍ଡ ଓ ତେଲେଙ୍ଗାନା ଗୋଟିଏ ଲେଖାଏ ବିଧାନସଭା ଆସନ ପାଇଁ ମତଦାନ ହେଉଛି। କଡ଼ା ସୁରକ୍ଷା ଭିତରେ ଭୋଟ୍ ଗ୍ରହଣ ଚାଲିଛି । ବିଭିନ୍ନ ବୁଥରେ କୋଭିଡ୍ କଟକଣା ଓ ଗାଇଡଲାଇନ୍ ଅନୁସାରେ ଚାଲିଛି ମତଦାନ । ନଭେମ୍ବର ୨ ତାରିଖରେ ଏସବୁ ଆସନରେ ଭୋଟ ଗଣତି ହେବ। କୋବିଡ ପରିପ୍ରେକ୍ଷୀରେ ଭୋଟର ସାମାଜିକ ଦୂରତା ରକ୍ଷା କରିମତଦାନ ପାଇଁ ବ୍ୟବସ୍ଥା କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+