Get Updates
Get notified of breaking news, exclusive insights, and must-see stories!

' ୨୦୨୯ ସୁଦ୍ଧା ଦେଶର ପ୍ରତିରକ୍ଷା ରପ୍ତାନୀ ୫୦ ହଜାର କୋଟି ଟଙ୍କାରେ ପହଁଞ୍ଚିବ'

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଆସନ୍ତା ୨୦୨୯ ମସିହା ସୁଦ୍ଧା ଦେଶର ପ୍ରତିରକ୍ଷା ରପ୍ତାନୀ ୫୦ ହଜାର କୋଟି ଟଙ୍କାରେ ପହଁଞ୍ଚିବ। ଯାହା ବର୍ତ୍ତମାନ ୨୪ ହଜାର କୋଟି ଟଙ୍କାରେ ରହିଛି। ସେ କହିଛନ୍ତି, ୧୧ ବର୍ଷ ପୂର୍ବରୁ ଏ କ୍ଷେତ୍ରରେ ହେଉଥିବା ରପ୍ତାନୀ ମୂଲ୍ୟ ୬୦୦ କୋଟି ଟଙ୍କା ଥିଲା।

ସେହି ଦିନ ଅଧିକ ଦୂର ନୁହେଁ, ଯେଉଁ ଦିନ ଭାରତ ବିଶ୍ୱରେ ଏଥିରେ ତାର ଉତ୍କୃଷ୍ଟତା ପ୍ରଦର୍ଶନ କରିବ। ପ୍ରତିରକ୍ଷା ମନ୍ତ୍ରୀ,ହାଇଦ୍ରାବାଦଠାରେ ଅନୁଷ୍ଠିତ ତିନିଦିନିଆ ଜେନ୍‍ ଆନ୍ତର୍ଜାତିକ ବ୍ୟବସାୟ ସଂଗଠନ- ଜିଟୋରେ ଯୋଗଦେବା ଅବସରରେ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି.କିଶନ ରେଡ୍ଡୀ ଯୋଗଦେଇ କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ହେଉଥିବା ରପ୍ତାନୀ ଆତ୍ମନିର୍ଭରଭାରତର ଲକ୍ଷ୍ୟକୁ ସାକାର କରି ଦେଶ ବାସ୍ତବରେ ଆତ୍ମନିର୍ଭର ହୋଇପାରିଛି।

rajnath singh

ସେହିପରି ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୬୪ ପ୍ରତିଶତ ପ୍ରତିରକ୍ଷା ସାମଗ୍ରୀଗୁଡ଼ିକ ନିର୍ମାଣ କରାଯାଇ ବିଦେଶକୁ ରପ୍ତାନୀ କରାଯାଇପାରୁଛି। ଭାରତ ନିର୍ମିତ ତେଜସ୍‍ ଲାଇଟ୍‍ କମ୍ବାଟ୍‍ ଏୟାରକ୍ରାପ୍ଟର ୬୪ ପ୍ରତିଶତ ଯନ୍ତ୍ରାଂଶ ଗୁଡ଼ିକ ଭାରତରେ ନିର୍ମାଣ କରାଯାଉଛି।

ଆସନ୍ତା ୨୦୩୦ ସୁଦ୍ଧା ଦେଶ ବିଶ୍ୱର ତୃତୀୟ ବୃହତ୍‍ ଅର୍ଥନୈତିକ ଦେଶ ଭାବେ ଉଭା ହେବ ବୋଲି ସେ ଆଶାବ୍ୟକ୍ତ କରି କରିଛନ୍ତି। ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଭାରତରେ ଖେଳନାଠାରୁ ଆରମ୍ଭ କରି ଟ୍ୟାଙ୍କ ପର୍ଯ୍ୟନ୍ତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଉଛି। ସରକାର ନାଗରିକମାନଙ୍କୁ ସୁରକ୍ଷା ଦେବାକୁ ତଥା ସେମାନଙ୍କ ଏକତାକୁ ସୁଦୃଢ଼ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+