'୨୦୨୭ ସୁଦ୍ଧା ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକର ରାଜଧାନୀକୁ ରେଳପଥ, ବିମାନ ଓ ସଡ଼କପଥରେ ସଂଯୋଗ କରାଯିବ'

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଉତ୍ତର-ପୂର୍ବ ଛାତ୍ରଛାତ୍ରୀଙ୍କୁ ଏଣିକି କର୍ମସଂସ୍ଥାନ ପାଇଁ ନିଜ ଅଞ୍ଚଳ ଛାଡ଼ିବାକୁ ପଡ଼ିବ ନାହିଁ, ସେମାନଙ୍କୁ ସେଠାରେ ନିଯୁକ୍ତି ସୁଯୋଗ ମିଳିବ । ନୂଆଦିଲ୍ଲୀ ଠାରେ ଆଜି ଷ୍ଟୁଡେଣ୍ଟସ୍‍ ଏକ୍ସପ୍ରିଏନ୍ସ ଇନ୍‍ ଇଣ୍ଟର ଷ୍ଟେଟ୍‍ ଲିଭିଂ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀରେ ଉତ୍ତର-ପୂର୍ବ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ଅମିତ ଶାହା ଏହା କହିଛନ୍ତି ।

୨୦୨୭ ସୁଦ୍ଧା ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକର ରାଜଧାନୀକୁ ରେଳପଥ, ବିମାନ ଏବଂ ସଡ଼କପଥରେ ସଂଯୋଗ କରାଯିବ ବୋଲି ସେ କହିଛନ୍ତି । ଅରୁଣାଚଳ ପ୍ରଦେଶ ପାଇଁ ଗ୍ରାମ୍ୟ କାର୍ଯ୍ୟକ୍ରମରେ ୪ ହଜାର ୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବ୍ରହ୍ମପୁତ୍ର ନଦୀ ଉପରେ ଭାରତର ସର୍ବବୃହତ ରେଳପଥ ତଥା ସଡ଼କ ଯୋଗାଯୋଗ ସେତୁ ନିର୍ମାଣ କରାଯାଇଛି । ଆସାମ ଏବଂ ଭୁଟାନ୍‍ ମଧ୍ୟରେ ଏକ ରେଳଲାଇନ୍‍ ନିର୍ମାଣ କରାଯାଉଛି ବୋଲି ସେ କହିଛନ୍ତି ।

amit shah

ଗତ ୧୦ ବର୍ଷ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳରେ ହିଂସାକାଣ୍ଡ କାର୍ଯ୍ୟକଳାପ ପ୍ରାୟ ୭୦ ପ୍ରତିଶତ ହ୍ରାସ ପାଇଛି । ସୁରକ୍ଷା ବାହିନୀ ଯବାନଙ୍କ ମୃତ୍ୟୁହାର ୭୦ ପ୍ରତିଶତ ଏବଂ ସାଧାରଣ ନାଗରିକଙ୍କର ମୃତ୍ୟୁ ୮୯ ପ୍ରତିଶତ ହ୍ରାସ ପାଇଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସମସ୍ତ ବିଦ୍ରୋହୀ ଗୋଷ୍ଠୀ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଫଳସ୍ୱରୂପ ୧୦ ହଜାର ୫୦୦ରୁ ଅଧିକ ବିଦ୍ରୋହୀ ସେମାନଙ୍କ ଅସ୍ତ୍ରଶସ୍ତ୍ର ସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ବିଗତ ୧୦ ବର୍ଷ ମଧ୍ୟରେ ବିଦ୍ରୋହୀସଂଗଠନ ଗୁଡ଼ିକ ସହ ୧୨ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ସିକ୍କିମ୍‍ରେ ଜୈବିକ କୃଷିକୁ ମଧ୍ୟ ସରକାର ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି । ଆସାମରେ ୨୭ ହଜାର କୋଟି ଟଙ୍କାର ଏକ ସେମିକଣ୍ଡକ୍ଟର ପ୍ଲାଣ୍ଟ୍‍ ପ୍ରତିଷ୍ଠା କରାଯିବ । ଏହାଦ୍ୱାରା ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକ ପାଇଁ ଅଢ଼େଇଲକ୍ଷ୍ୟ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ରହିଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+