ବିହାର ବକ୍ସରରେ ରେଳ ଦୁର୍ଘଟଣା: ବାତିଲ ହେଲା ଏହି ଟ୍ରେନ୍, ୨୧ଟି ଟ୍ରେନର ବଦଳିଲା ରୁଟ୍

Buxar Train Accident: ବିହାରର ବକ୍ସରରେ ବଡ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ବକ୍ସର ଜିଲ୍ଲା ରଘୁନାଥପୁର ରେଳ ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଏକ୍ସପ୍ରେସ ବୁଧବାର ରାତି ପ୍ରାୟ 9.30 ରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦିଲ୍ଲୀର ଆନନ୍ଦ ବିହାରରୁ ଗୌହାଟି କାମାକ୍ଷନଗର ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସର 21ଟି ବଗି ଲାଇନଚ୍ୟୁତ ହେବାରୁ ବଡ ଦୁର୍ଘଟଣା ଘଟିଛି ।

 buxar train accident

ଏହି ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 100ରୁ ଅଧିକ ଆହତ ହୋଇଛନ୍ତି । ଉତ୍ତର ପୂର୍ବ ଏକ୍ସପ୍ରେସ ଦୁର୍ଘଟଣା ପରେ DDU ପାଟନା ରେଳ ମାର୍ଗ ପ୍ରଭାବିତ ହୋଇଛି । ଅନେକ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି । ଜନସତାବଦୀ ଏକ୍ସପ୍ରେସକୁ ବାତିଲ କରାଯାଇଥିବା ବେଳେ 21ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି ।

ପୂର୍ବ ରେଳ ଜୋନ୍ ଦ୍ୱାରା ଜାରି କରାଯାଇଥିବା ବିବୃତ୍ତି ଅନୁସାରେ, 2ଟି ଟ୍ରେନକୁ କ୍ୟାନସଲ୍ କରାଯାଇଛି । କାଶୀ ପାଟନା ଜନ ଶତାବଦୀ ଏକ୍ସପ୍ରେସ (15125) ଏବଂ ପାଟନା କାଶୀ ଜନ ଶତାବଦୀ ଏକ୍ସପ୍ରେସ (15126)କୁ କ୍ୟାନସଲ କରାଯାଇଛି ।ସେହିପରି ଦିଲ୍ଲୀ ଏବଂ ଡିବ୍ରୁଗଡ୍ ମଧ୍ୟରେ ଚାଲୁଥିବା ରାଜଧାନୀ ଟ୍ରେନ୍ ସମେତ ଅତି କମରେ 21ଟି ଟ୍ରେନର ରୁଟ୍ ପରିବର୍ତ୍ତନ କରଯାଇଛି । ଏହି ଟ୍ରେନ୍ ଗୁଡିକ ବର୍ତ୍ତମାନ ହାଜିପୁର ଛପ୍ରା ବନାରସ ପ୍ରୟାଗରାଜ ମାର୍ଗ ଦେଇ ଚାଲିବ । ଲୋକମାନ୍ୟ ତିଲକ ପାଟଲିପୁତ୍ର ଏକ୍ସପ୍ରେସ (12141), ପୁଣେ ଦାନାପୁର ଏକ୍ସପ୍ରେସ (12149) ଏବଂ ନୂଆଦିଲ୍ଲୀ ଦିବଗୁରୁ ରାଜଧାନୀ ଏକ୍ସପ୍ରେସ (12424) ରୁ୍ଟ୍ ମଧ୍ୟ ପରିବର୍ତ୍ତନ କରାଯାଇଛି ।

ଏହା ବ୍ୟତୀତ ଭଗତ କି କୋଠି-କାମାକ୍ଷା ଜଙ୍କସନ ଏକ୍ସପ୍ରେସ, ନୂଆଦିଲ୍ଲୀ ରାଜେନ୍ଦ୍ର ନଗର ତେଜସ୍ ଏକ୍ସପ୍ରେସ, ଆନନ୍ଦ ବିହାର- ମଧୁପୁର ଜଙ୍ଗସନ ସୁପରଫାଷ୍ଟ ଏକ୍ସପ୍ରେସ, ଆନନ୍ଦ ବିହାର ଭାଗଲପୁର ବିକ୍ରମଶିଲା ଏକ୍ସପ୍ରେସ, ଆନନ୍ଦ ବିହାର ଭାଗଲପୁର ଗରିବ ରଥ ଏକ୍ସପ୍ରେସ, ସିକ୍କିମ ମହାନନ୍ଦ ଏକ୍ସପ୍ରେସ ଏବଂ ଆନନ୍ଦ ବିହାର ଜୋଗବନୀ ସୁପରଫାଷ୍ଟ ଏକ୍ସପ୍ରେସ୍ ପଟନା ରାସ୍ତା ଦେଇ ଅତିକ୍ରମ କରିବ।

ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ 4 ଜଣଙ୍କ ମୃତ୍ୟୁ ଓ ଶତାଧିକ ଲୋକ ଆହତ ହୋଇଛନ୍ତି । 20 ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ପାଟନା ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଲାଇନଚ୍ୟୁ ହୋଇଥିବା ଟ୍ରେନ 21 ଟି କୋଚ ମଧ୍ୟରେ 2 ଟି ଏସି କୋଚ ଥିବା ଜଣାପଡିଛି । ଦୁର୍ଘଟଣା ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ରେଳ ବିଭାଗ ଅଧିକାରୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଛନ୍ତି ।

ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇ ଦିଆଯାଇଛି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଜଣାପଡି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+