ବାତ୍ୟା ପରେ ବନ୍ୟା ସ୍ଥିତି, ରାସ୍ତାରେ ଭାସୁଛି ସହ ସହ ଗାଡ଼ି
ବାତ୍ୟା 'ଫେଙ୍ଗଲ୍' ଶନିବାର ରାତିରେ ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିସାରିଛି। ହେଲେ ଉଭୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଯାହା ଭୟଙ୍କର ବନ୍ୟାର ରୂପ ନେଲାଣି। ତେବେ ତାମିଲନାଡ଼ୁର କ୍ରିଷ୍ଣାଗିରି ଜିଲ୍ଲା ଗତ ଦୁଇଦିନରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛି। ଜିଲ୍ଲାର ତଳିଆ ଅଞ୍ଚଳରେ ଥିବା ଏକ ରାସ୍ତାରେ କାର, ବସ ଗୁଡ଼ିକ କାଗଜ ଡଙ୍ଗା ଭଳି ପାଣିରେ ଭାସି ଯାଉଥିବା ଦେଖିବାକୁ ମିଳିଛି
ଖବର ଅନୁଯାୟୀ, ଗତ ଶନିବାର ଏବଂ ରବିବାର ଦିନ ଏହି ବାତ୍ଯା ଯୋଗୁଁ ହୋଇଥିବା ବର୍ଷା ପୁଡୁଚେରୀରେ ରେକର୍ଡ ଭାଙ୍ଗିଛି। ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି। ଗୋଟିଏ ପଟେ ରାସ୍ତାରେ ଗାଡି ଭାସୁଥିବା ବେଳେ ଅନ୍ୟ ପଟେ ଲୋକଙ୍କ ଘର ବନ୍ୟା ପାଣିରେ ବୁଡ଼ି ରହିଥିଲା। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଳ ସ୍ତର ବଢିବା ଯୋଗୁ ବସ୍ ଷ୍ଟାଣ୍ଡରେ ପାର୍କିଂ ହୋଇଥିବା ବସ୍ ଗୁଡିକ ଭାସିଯାଇଥିଲା। ସେପଟେ ଭାରତୀୟ ପାଣିପାଗ ବିଭାଗ ଆଜି ମଧ୍ୟ ତାମିଲନାଡ଼ୁର କ୍ରିଷ୍ଣାଗିରି ସମେତ ବିଭିନ୍ନ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି। ଏହା ସହିତ ପଡ଼ୋଶୀ କର୍ଣ୍ଣାଟକର ବିଭିନ୍ନ ଜିଲ୍ଲାକୁ ମଧ୍ୟ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବଂ କଲେଜକୁ ବନ୍ଦ ରଖାଯାଇଛି।












Click it and Unblock the Notifications