ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୨୮ ଯାତ୍ରୀ ଗୁରୁତର

ରାଜସ୍ଥାନର ନାଗୌରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନାଗୌରରେ ଏକ ଘରୋଇ ବସ୍ ଏବଂ ଏକ ମିନି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ହରିମା ଟୋଲ୍ ପ୍ଲାଜା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉଭୟ ଗାଡ଼ିର ବ୍ୟାପକ କ୍ଷତି ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ସୂଚନା ଅନୁଯାୟୀ, ବସଟି ଯୋଧପୁରରୁ ସୁଜାନଗଡ଼ ଅଭିମୁଖେ ଯାତ୍ରା କରୁଥିଲା । ମିନି ଟ୍ରକଟି ଲାଡନୁନରୁ ନାଗୌର ଆସୁଥିଲା। ମୁହାଁମୁହିଁ ଧକ୍କାରେ ମିନି ଟ୍ରକ୍ ଡ୍ରାଇଭର ଗାଡ଼ି ଭିତରେ ଫସି ଯାଇଥିଲେ। ତାଙ୍କୁ ବାହାର କରିବାକୁ ଚେଷ୍ଟା କରାଯାଇଥିଲା। । ସ୍ଥାନୀୟ ବାସିନ୍ଦା ଏବଂ ଟୋଲ୍ କର୍ମଚାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଯାଇଥିଲା।

road accident

ଟୋଲ୍ ଆମ୍ବୁଲାନ୍ସ ଅପରେଟର ନିର୍ମଳ ରୋଜା କହିଛନ୍ତି ଯେ, ୧୫ ଜଣ ମହିଳାଙ୍କୁ CHCରେ ଭର୍ତ୍ତି କରାଯାଇଛି । ୧୦ ରୁ ୧୨ ଜଣଙ୍କୁ ନାଗୌରର JLN ହସ୍ପିଟାଲକୁ ନିଆଯାଇଛି। ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ଭିଡ଼ ଜମିଥିଲା ଏବଂ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+