ରାସ୍ତା କଡକୁ ଖସିଲା ଘୋରଇ ବସ୍ , ୫ ଆହତ
ହିମାଚଳ ପ୍ରଦେଶରେ ନିହରି ପୁଲିସ୍ ଆଉଟପୋଷ୍ଟ ଅଞ୍ଚଳ ଅନ୍ତର୍ଗତ ଚରଖାଡି ଗାଁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଆଜି ସକାଳେ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ଶିଶୁ ଥିବା ଜଣାପଡିଛି। ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଆଜି ସକାଳେ ଡ୍ରାଇଭର ଜଣକ ରାସ୍ତା କଡରେ ଏକ ଘରୋଇ ବସ୍ ପାର୍କିଂ କରିଥିଲେ। ଏହି ସମୟରେ, ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ଚା ପିଇବା ପାଇଁ ବସ୍ ରୁ ଓହ୍ଲାଇ ପଡ଼ିଥିଲେ। ସେହି ସମୟରେ ବସ୍ ଟି ହଠାତ୍ ଆପେ ଆପେ ଷ୍ଟାଟ୍ ହେବାକୁ ଲାଗିଲା। ଏବଂ ରାସ୍ତା ତଳକୁ ଗଡିଗଲା। ଯାହା ଫଳରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।













Click it and Unblock the Notifications